ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ବ୍ଲକ୍‌ ବିଜେପିର ଦାବିପତ୍ର ପ୍ରଦାନ

0 66

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ ବିଜେପି ତରଫରୁ ଜିଲ୍ଲା ସଭାପତି ଜଗଦିଶ ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ଓ ବ୍ଲକ ପ୍ରଭାରୀ କାହ୍ନୁ ଦାସଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଗୃହ ଯୋଗାଇ ଦେବା, ଅଁଳାଭଟା ପଞ୍ଚାୟତରେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାରଙ୍କ ମାଗଣାରେ ମିଳୁଥିବା ତିନିମାସର ବକେୟା ଚାଉଳ ନ ପାଇବା ଇତ୍ୟାଦି ଦାବି ନେଇ ବ୍ଲକ ଅଫିସ ଘେରାଉ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଗଲା । ତତ୍‌ସଙ୍ଗେ ଅଯୋଗ୍ୟ ହିତାଧୀକାରୀଙ୍କୁ ବାଦ ଦେଇ ଆବାସ ଯୋଜନାର ନିର୍ଦ୍ଦେଶନାମା ଓ ନିୟମାବଳୀକୁ ଗୁରୁତର ସହ ପାଳନ ପୂର୍ବକ ଜଣେ ବି ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ନ ହେବେ ତାହା ସୁନିଶ୍ଚିତ କରିବାକୁ ଦୃଢ ଦାବି ଜଣାଇ ଥିଲେ । ପ୍ର.ମ ଆବାସ ପାଇବା ପାଇଁ ୧୦୫୫ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ପତ୍ର ଦିଆଗଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ବିଷୋୟୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସର୍ମିଷ୍ଟା ଦେଓ, ଜିଲା ମିଡିଆ ସଂଯୋଜକ ଦେବଦାସ ମହାଙ୍କୁଡ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଧରଣୀ ସିଂ, ସନ୍ତୋଷ ପାତ୍ର , ପ୍ରଦୀପ ସାହା, ପର୍ଶୁ ବିଶୋଇ, ଫକିର ବିଶୋଇ, ତେନ୍ତୁଳିଖୁଣ୍ଟି ମଣ୍ଡଳ ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ଜେନା, ବାବୁଲା ନାୟକ, ଅଞ୍ଚଳ ଗୁମ୍ମା ମଣ୍ଡଳର ସଭାପତି ନନ୍ଦନ ବିଷୋୟୀ, ସାଧାରଣ ସମ୍ପାଦକ ଅଭିମନ୍ୟୁ ହରିଜନ, ଅକ୍ଷୟ ମହାନ୍ତି, ରାଜେଶ ବାଘ, ଆଶିଷ ଟାକ୍ରୀ, କ୍ଷମାଶିଳ ମହାପାତ୍ର, ପ୍ରଫୁଲ୍ଲ ନାୟକ, ପ୍ରଶାନ୍ତ ନାୟକ, ବିନୁ ସୁନା, ଭିକି ଜେନା, ଗୋକୁଳ ବିଷୋୟୀ, ମୁନ୍ନା ସାହୁ ସହ ୧୦୦୦ରୁ ଉର୍ଦ୍ଧ୍ୱ ଆଶାୟୀ ହିତାଧିକାରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ତେନ୍ତୁଳିଖୁଣ୍ଟି କୁରୁମାକୋଟ ଆମ୍ବ ତୋଟାରୁ ଆରମ୍ଭ ହୋଇଥିଲା ।

hiranchal ad1
Leave A Reply

Your email address will not be published.

1 × two =