ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ୩୭ ପଞ୍ଚାୟତ, ୪ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟରଙ୍କ ହାତରେ

0 183

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଧବାରଠାରୁ ପ୍ରଚାର ଶେଷ ହୋଇଛି ଓ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ନିୟମାନୁସାରେ ୩୬ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ, ଶୁକ୍ରବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ରଣପୁର ବ୍ଲକରେ ୪ଟି ଜିଲ୍ଲା ପରିଷଦ ଜୋନ୍‌ , ୩୭ ପଞ୍ଚାଯତ ସରପଞ୍ଚ ଓ ସମିତିସଭ୍ୟ ଏବଂ ୫୧୭ ୱାର୍ଡ ରହିଛି । ରଣପୁର ବ୍ଲକରେ ୧ ଲକ୍ଷ ୨୫ ହଜାର ୧୮୯ ଭୋଟର ମତଦାନ କରିବେ । ନିର୍ବାଚନକୁ ସଠିକ୍‌ ଭାବେ ପରିଚାଳନା କରିବାକୁ ବୁଧବାର ପୋଲିଂ କର୍ମଚାରୀମାନେ ବୁଥ୍‌କୁ ଯାଇଥିବା ଜଣାଯାଇଛି । ବ୍ଲକ କାର୍ଯ୍ୟାଳୟରେ ୫୧୭ ବୁଥ୍‌କୁ ପୋଲିଂ କର୍ମଚାରୀ ଆବଶ୍ୟକ ସରଞ୍ଜାମ ସହିତ ଗସ୍ତ କରିଥିବା ଦେଖାଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବାଲଟ୍‌ ପେପରରେ ଅନୁଷ୍ଠିତ ହେଉଛି । ଏଥିପାଇଁ ବାଲଟ୍‌ ବକ୍ସ ମଧ୍ୟ ବିଭିନ୍ନ ବୁଥ୍‌କୁ ପଠାଯାଇଛି । ନିର୍ବାଚନ ପରେ ପୋଲିଂ କର୍ମଚାରୀ ସୁରକ୍ଷା ସହିତ ବାଲଟ୍‌ ବକ୍ସକୁ ରଣପୁର କଲେଜଠାରେ ଡିପୋଜିଟ୍‌ କରିବା ପାଇଁ ସୂଚନା ମିଳିଛି । ରଣପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ଓ ବିଜେପି ମଧ୍ୟରେ ସଂଘର୍ଷ ରୋମାଞ୍ଚକ ସ୍ଥିତିରେ ରହିଛି । ପୂର୍ବରୁ ୨ଟି ଜୋନ୍‌ ବିଜେପି ଦଖଲରେ ରହିଥିବାବେଳେ ଚଳିତ ନିର୍ବାଚନରେ ଭୋଟର କେଉଁ ଦଳକୁ ସମର୍ଥନ ଦେବେ, ତାହା ସମୟ କହିବ ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

12 + 20 =