ବାଣିଗୋଛାରେ ପାନୀୟଜଳ ଯୋଗାଣ ବନ୍ଦ

0 84

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବାଣିଗୋଛା ଗ୍ରାମ ପଂଚାୟତରେ ଗତ ୪ଦିନ ହେବ ପାନୀୟ ଜଳଯୋଗାଣ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି । ବାଣିଗୋଛା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବସୁଧା ଯୋଜନାରେ ଏକ ଉଚ୍ଚ କ୍ଷମତା ସଂପର୍ଣ୍ଣ ପାଣିଟାଙ୍କି ସ୍ଥାପନ ସହ ପ୍ରତି ପରିବାରକୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ତେବେ ପ୍ରକଳ୍ପଟି ମାସର ଅଧିକାଂଶ ସମୟ ବିଭିନ୍ନ କାରଣରୁ ବନ୍ଦ ରହୁଥିବାରୁ ପାନୀୟ ଜଳଯୋଗାଣ ବାଧାପ୍ରାପ୍ତ ହେଉଛି । ବାଣିଗୋଛା ସହ ଆଖପାଖ ଅଞ୍ଚଳର ପ୍ରାୟ ୮୦୦ ପରିବାର ଏହା ଉପରେ ନିର୍ଭର କରୁଥିବା ବେଳେ ଗତ ପ୍ରାୟ ୪ଦିନ ହେବ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

five + 5 =