୩ ରଥର ୧୫ ଚକ ନିର୍ମାଣ ଶେଷ

0 64

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ତିନିରଥ ପାଇଁ ୧୫ଚକ ନିର୍ମାଣ ଶେଷ ହୋଇଛି । ତାଳଧ୍ୱଜ ରଥର ୫, ନନ୍ଦିଘୋଷ ରଥର ୬ ଏବଂ ଦେବଦଳନ ରଥର ୪ଟି ଚକ ନିର୍ମାଣ ସରିଛି । ଆଉକିଛି ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଉଛି । ୪୫ଫୁଟିଆ ତିନୋଟି ଧଉରା କାଠରେ ଶ୍ରୀଫଳ ବାଡେଇ ମହାରଣା ସେବକ ଅଖ ନିର୍ମାଣ ଆରମ୍ଭ କରିଛନ୍ତି ।ମାଳ ଲାଗିକରି କାଠ ଗୁଡିକୁ ପୂଜା କରାଯାଇଥିଲା । ମୁଖ୍ୟ ମହାରଣା ମାପ ଦେବାପରେ ଅନ୍ୟ ମହାରଣା ମାନେ ବାରିଶି ମଧ୍ୟମରେ ତାହାକୁ ଚଉପଟ କରୁଛନ୍ତି । ଏହାପରେ ଅଖ ଦୁଇପାର୍ଶ୍ୱରେ ଚକ ସଂଯୋଗ ପାଇଁ ଗୋଲେଇ କରାଯିବ । ଅସ୍ଥାୟୀ କମାରଶାଳରେ ଓଝା ସେବକ ମାନେ ପ୍ରସ୍ତୁତ କରୁଥିବା ଲୁହାବଳା ଏବଂ ପନ୍ଦାରି ଚକ ଗୁଡିକରେ ଲାଗି କରାଯାଉଛି । ସେହିପରି ତିଖଗୁଜ, ଜଳଯନ୍ତ୍ର ଓ କୁଡୁକା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାର ସେବକମାନେ କୋଣ ଗୁଜରେ ନୃସିଂହମୂର୍ତ୍ତି ଖୋଦେଇ କରୁଛନ୍ତି । ରଥ ନିର୍ମାଣ ପାଇଁ ଅରକଣ୍ଟା ପ୍ରସ୍ତୁତ କରାଯାଉଛି ।

hiranchal ad1
Leave A Reply

Your email address will not be published.

five × one =