ଏଏସଆଇ କାର୍ଯ୍ୟାଳୟକୁ ଗଲା ଉଦ୍ଧାର ଭଗ୍ନ ସିଂହ ମୂର୍ତ୍ତି, ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ

0 68

ପୁରୀ : ପୁରୀ ଏମାର ମଠ ଖନନ ସ୍ଥାନରେ ମିଳିଥିବା ଭଗ୍ନ ସିଂହ ମୂର୍ତ୍ତି ଦ୍ୱୟକୁ ଆଜି ଏଏସଆଇ ପୁରୀ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ନିଆଯାଇଛି । ଏହି ମୂର୍ତ୍ତିର ସଂରକ୍ଷଣ ପାଇଁ ସେଠାରେ ପ୍ରକ୍ରିୟା ଆରମ୍ଭ ହେବ । ଏଏସଆଇର ୬ ଜଣିଆ ଟିମ୍‌ ଖନନ ସ୍ଥାନରେ ପହଞ୍ଚିବା ପରେ ଭଗ୍ନ ସିଂହ ମୂର୍ତ୍ତିକୁ ଦ୍ୱୟକୁ ଅଖାରେ ଘୋଡାଇ ଟ୍ରାକ୍ଟର ଯୋଗେ ଏଏସଆଇ ପୁରୀ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ସୁରକ୍ଷା ମଧ୍ୟରେ ନେଇଛନ୍ତି । ସେଠାରେ ଏହି ମୂର୍ତ୍ତିର ପ୍ରାଚୀନତା ନେଇ ଅନୁସନ୍ଧାନ ହେବ ।
କିଛିଦିନ ପୂର୍ବେ ଏମାର ମଠ ଖନନ ସ୍ଥାନରେ ଭଗ୍ନ ସିଂହ ମୂର୍ତ୍ତି ପଡିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଗତ ୧୭ ତାରିଖରେ ଖନନ ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରିଥିଲା ଏଏସଆଇ ଟିମ । ଅନୁଧ୍ୟାନ ସମୟରେ ଏକ କାନ୍ଥ ଅବଶିଷ୍ଟାଂଶ ଖନନ ସ୍ଥାନରୁ ମିଳିଥିବା ବେଳେ ଏହାର ପରୀକ୍ଷଣ କରାଯାଇ ରିପୋର୍ଟ ଦିଆଯିବ ବୋଲି କହିଥିଲେ ଏଏସଆଇ ସୁପରିଟେଣ୍ଡେଣ୍ଟ । ସେହିପରି ଉଦ୍ଧାର ହୋଇ ଥିବା ସିଂହ ମୂର୍ତ୍ତି ଦ୍ୱୟ ଗଙ୍ଗ ସାମ୍ରାଜ୍ୟ ସମୟର ହୋଇଥାଇପାରେ ବୋଲି କହିଥିଲେ ଏଏସଆଇ ସୁପରିଟେଡେଣ୍ଟ ଅରୁଣ ମଲ୍ଲିକ ।

hiranchal ad1
Leave A Reply

Your email address will not be published.

2 + 7 =