ଡ୍ରେନ ପାଣି ଘରେ ପଶିବା ଘଟଣା : ଖବର ପ୍ରକାଶ ପରେ ଏନଏସି ତରଫରୁ ତତ୍ପରତା,ଘଟଣା ସ୍ଥଳକୁ ଗଲେ ଅଧ୍ୟକ୍ଷା, ନିର୍ବାହୀ ଅଧିକାରୀ

0 121

ଘୁ. ଉଦୟଗିରି : କାଳବୈଶାଖୀ ବର୍ଷାର ପ୍ରଭାବରେ ଗତକାଲି ସ୍ଥାନୀୟ ପରିଷଦ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ଼ ପାୱାର ହାଉସ ଛକ ଜଳାମୟ ହେବାସହ ଘରେ ଘରେ ଡ୍ରେନ ପାଣି ପଶିଯିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିଷଦ କାର୍ଯ୍ୟାଳୟରେ ଅଭିଯୋଗ ପରେ ବିଭାଗୀୟ ଯନ୍ତ୍ରୀ ଆସି ଦେଖିଲେ ସମସ୍ୟାର କୌଣସି ସମାଧାନ ନକରି ଫେରିଗଲେ । ନିର୍ବାହୀ ଅଧିକାରୀ ଆସି ପରିସ୍ଥିତି ଅନୁଧ୍ୟାନ କରିବା ସହ ପାଣି ପଶିଥିବା ଘରେ ମୋଟର ଲଗାଇ ପାଣି ନିଷ୍କାସନ ବ୍ୟବସ୍ଥା କରିଥିଲେ । କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ଥିଲା କି ଏହି ସମସ୍ୟାକୁ ବାରମ୍ବାର ଆମେ କାର୍ଯ୍ୟାଳୟରେ ଅଭିଯୋଗ କଲାପରେ ମଧ୍ୟ ଏଥିନିମନ୍ତେ ପ୍ରଶାସନ ତରଫରୁ ସ୍ଥାୟୀ ସମାଧାନ ନିମନ୍ତେ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହି ଖବର ଗଣମାଧ୍ୟମରେ ପ୍ରକାଶନ ପ୍ରଭାବରେ ଆଜି କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ଦେଖାଦେଇଛି । ସୂଚନା ଅନୁସାରେ ଆଜି ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ, ପରିଷଦ ପ୍ରକଳ୍ପ ସଂଯୋଜକ ପ୍ରଭାତ କୁମାର ସାହୁ, ଯନ୍ତ୍ରୀ ସସ୍ମିତା, ଏ ଇ ମଳୟ ବେହେରା ଘଟଣା ସ୍ଥଳକୁ ଯାଇ କିପରି ଡ୍ରେନ୍‌ ସମସ୍ୟାର ସମାଧାନ ହୋଇପାରିବଡ୍ଡ, ଡ୍ରେନ ପାଣି ଠିକ୍‌ ଭାବରେ ନିଷ୍କାସନ ହେବ ଓ ଲୋକେ ଉପକୃତ ହେବେ ସମସ୍ତ ବିଷୟକୁ ଅନୁଧ୍ୟାନ କରି ଆବଶ୍ୟକୀୟ ଉଚିତ୍‌ ଯୋଜନା ଅନୁସାରେ ଅତିଶୀଘ୍ର ଡ୍ରେନ୍‌ କାମ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

five + three =