ନିୟତୀ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

0 50

ପାରଳାଖେମୁଣ୍ଡି : ନିୟତି ଭିନ୍ନକ୍ଷମ ପାଇଁ ସେବାରତ ଅନୁଷ୍ଠାନ ରଣିପେଣ୍ଠ ପକ୍ଷରୁ ଗୁମ୍ମା ରୋଡ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଯୋଗ ଶିବିରରେ ଯୋଗଗୁରୁ ବିଘ୍ନେଶ୍ୱର ପଣ୍ଡା ସହଯୋଗୀ ଗୁରୁ ସୁରେନ୍ଦ୍ର ନାଥ ରଥ, ଭିନ୍ନକ୍ଷମ ପିଲାଙ୍କୁ ଯୋଗର ଆବଶ୍ୟକତା ସହ ଦୈନିକ ଅଧାଘଣ୍ଟ ଯୋଗ କରିବା ଦ୍ୱାରା ମାନସିକ ଓ ଶାରିରୀକ ବିକାଶ ହୋଇପାରିବ । ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ନିମନ୍ତେ ଏହି ଭଳି ପିଲାଙ୍କୁ ପ୍ରଥମେ ଶାରିରୀକ ସୁସ୍ଥତା ନିତାନ୍ତ ଜରୁରୀ କହିଥିଲେ । ଅନୁଷ୍ଠାନର ସଭାପତି ଡକ୍ଟର ଅଜୟକୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ଅରୁଣାର ଜିଲ୍ଲା ପରାମର୍ଶଦାତା ତଥା ଶିଶୁ ସୁରକ୍ଷା ଯୋଜନା ଯୋଗଦେଇ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଖେଳ ଗୀତ, ସ୍ନେହ ଓ ଶ୍ରଦ୍ଧା ବଳରେ ତାଙ୍କୁ ଆବଶ୍ୟକୀୟ ମାନସିକ ବିକାଶରେ ସହାୟତା ପାଇଁ ଉଦବୋଧନ ଦେଇଥିଲେ । ନିୟତିର ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ସ୍ୱାଗତ ସମ୍ଭାଷଣ ଦେଇଥିବାବେଳେ ଡାକ୍ତର ଅରୁଣ ନାୟକ ଫିଜିଓଥେରୋପିଷ୍ଟ , ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ, ଶିଖିକ୍ଷା ଶାଶ୍ୱତୀ ବେବର୍ତ୍ତା, ପ୍ରତିମା ନାୟକ, ସୁନିତ୍‌ ଗମାଙ୍ଗ, ସୁଷମା ନାୟକ, ରୀତୁ ସାହୁ, ପୂର୍ଣ୍ଣାବାସୀ ନାୟକ, ଜୟାମ୍ମା ପ୍ରଭୃତି କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଭିନ୍ନକ୍ଷମ ପିଲାମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ ।

hiranchal ad1
Leave A Reply

Your email address will not be published.

nine + seventeen =