ଫୁଲବାଣୀ ସହରରେ ଚାଲିଛି ବ୍ରାଉନସୁଗର କାରବାର

0 353

ଫୁଲବାଣୀ: ଆଜି କନ୍ଧମାଳ ଜିଲ୍ଲା ସ୍ଥାନୀୟ ପେଞ୍ଜିସାହି ନିକଟରୁ ଜବତ କଲା ଟାଉନଥାନା ପୋଲିସ ୩.୫୯୦ ଗ୍ରାମର ବ୍ରାଉନସୁଗର ଯାହାର ଆନୁମାନିକ ମୂଲ୍ୟ ୮୦,୦୦୦ଟଙ୍କା । ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲାରେ ବ୍ରାଉନ ସୁଗାର ଜବତ କରିଛି ଫୁଲବାଣୀ ଟାଉନ ପୋଲିସ । ଏ ସଂକ୍ରାନ୍ତରେ କନ୍ଧମାଳ ପୋଲିସ ବ୍ରାଉନ ସୁଗାର କାରବାର ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯାହା ସୂଚନା ମିଳିଛି ଅଭିଯୁକ୍ତ ଜଣଙ୍କ ଫୁଲବାଣୀ ଅଂଚଳର ସ୍ୱର୍ଗତ ଭଗବାନ ମହାପାତ୍ରଙ୍କ ପୁଅ ସପନ ମହାପାତ୍ର । ସପନ ପାଖରୁ ପୋଲିସ ୩. ୫୯୦ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାର ମୁଲ୍ୟ ପାଖାପାଖି ୮୦,୦୦୦ଟଙ୍କା ହେବ । ସପନ ଖୋରଧା ଅଂଚଳରୁ ଆଣିଥିବା କହିଛି । ଜିଲାରେ ବ୍ରାଉନସୁଗାର ମାମଲା ପ୍ରଥମ ବୋଲି କୁହାଯାଉଛି । ପୋଲିସ ୧୦୩/୨୭/୦୬/୨୨ଧାରା ୨୧(ବ)ଆକ୍ଟରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି । ଏହି ବ୍ରାଉନ ସୁଗାର କନ୍ଧମାଳ ଜିଲ୍ଲାକୁ କେମିତି ଆସିଲା ଓ ଏହି ବ୍ରାଉନସୁଗାର ବ୍ୟବସାୟରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାକୁ ତଦନ୍ତ କରାଯାଉଥିବା କହିଛନ୍ତି ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ।

hiranchal ad1
Leave A Reply

Your email address will not be published.

five × 5 =