ଜିଲ୍ଳା ପ୍ରଶାସନ ଦ୍ୱାରା ବନ୍ଦ ହେଲା ବାଲ୍ୟ ବିବାହ

0 115

ସୁବର୍ଣ୍ଣପୁର: ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଓ ଚରଦା ଗ୍ରାମରୁ ୨ଜଣ ୧୮ ବର୍ଷରୁ କମ ବୟସର ଝିଅଙ୍କ ବିବାହ ହେବାକୁ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଙ୍ଗନୱାଡି କର୍ମୀ, ଆଶା, ଚାଇଲ୍ଡ ହେଲ୍ପ ଲାଇନ, ସରପଞ୍ଚ, ଗାଁ ବିଦ୍ୟାଳୟର ଶିକ୍ଷକ, ସେକ୍ଟର ସୁପରଭାଇଜର, ପୋଲିସ ପ୍ରମୁଖ ନାବାଳିକାଙ୍କ ପରିବାରର ଘରକୁ ଯାଇ କିଶୋରୀ ବାଳିକାମାନଙ୍କୁ ୧୮ ବର୍ଷ ପୂରଣ ନ ହେବା ପର୍ଯ୍ୟନ୍ତ ବିବାହ କରାଇଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ପରାମର୍ଶ ଦେଇଥିଲେ । ବାହା ଘର ବନ୍ଦ କରିବା ସଂଗେ ସଂଗେ ଉଭୟ ଝିଅଙ୍କୁ ଉଦ୍ଧାର କରି ଜିଲ୍ଳା ଶିଶୁ ମଙ୍ଗଳ କମିଟିରେ ଦାଖଲ କରିଥିଲେ । ବର୍ତ୍ତମାନ ଜିଲ୍ଲାର ସଖୀ ସେଣ୍ଟରରେ ଝିଅଦ୍ୱୟଙ୍କୁ ଥଇଥାନ କରାଯାଇଛି । ଝିଅ ଦ୍ୱୟଙ୍କୁ ଆଗକୁ ପଢ଼ିବାର ପରାମର୍ଶ ସହ ବୈଷୟକ ତାଲିମ ଦେବା ନିମନ୍ତେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶଦାତା ଏକ୍ସନ୍‌ ଏଡ୍‌ ବୁଝାଇଥିଲେ । ଝିଅ ଦ୍ୱୟ ମଧ୍ୟ ୧୮ ବର୍ଷ ପୂରଣ ହେଲେ ହିଁ ବିବାହ କରିବେ ବୋଲି ସହମତି ପ୍ରଦାନ କଲେ ଏବଂ ବୈଷୟିକ ଶିକ୍ଷା ଗ୍ରହଣ କରିବେ ବୋଲି ଝିଅ ଦ୍ୱୟଙ୍କ ପିତା ମାତା ମଧ୍ୟ ଝିଅ ମାନଙ୍କ ଶିକ୍ଷା ପ୍ରତି ଧ୍ୟାନ ଦେବେ ଏବଂ ୧୮ବର୍ଷ ପୂରଣ ହେଲେ ବିବାହ କରାଇବେ ବୋଲି ସହମତି ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନର ଏଭଳି ତ୍ୱରିତ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

hiranchal ad1
Leave A Reply

Your email address will not be published.

four − 4 =