ବିଭିନ୍ନ ଦାବି ନେଇ ଏଡିଟିଙ୍କୁ ଘେରିଲେ ବୁଣାକାର

0 72

ସୂବର୍ଣ୍ଣପୁର: ବୁଣାକାର ବହୁଳ ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ବୁଣାକାର ପ୍ରବଳମାତ୍ରାରେ ଅବହେଳିତ । ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ସୁଖା, ଦିଗଶିରା, ସୁନାପାଲି ଇତ୍ୟାଦି ଗ୍ରାମର ଶତାଧିକ ବୁଣାକାର ତାଙ୍କର ବିଭିନ୍ନ ଦାବିନେଇ ଆଜି ସୋନପୁରର ଡିଡିଟି ଅଫିସ ଘେରାଉ କରିଥିଲେ । ଯୁବନେତା ତଥା ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ଆଜି ଜିଲ୍ଲାର ଶତାଧିକ ବୁଣାକାର ବିଭିନ୍ନ ନାରାସହ ସହର ପରିକ୍ରମା କରି ଏଡିଟି ଶାନ୍ତାନୁ କୁମାର ମେହେରଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରମୁଖ ଦାବି ମଧ୍ୟରେ ମଙ୍ଗାଗାତର କଂକ୍ରିଟ କରଣ, ଘରତିଆରି ଟଙ୍କା ପ୍ରଦାନରେ ଚଞ୍ଚକତା, ସୋଲାର ଇନଭର୍ଟର, ପଙ୍ଖା, ଲାଇଟ ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମଙ୍ଗାଗାତର ମରାମତି ପାଇଁ ଅନେକ ପୂର୍ବରୁ ଅନଲାଇନ ରେଜିଷ୍ଟ୍ରେସନ କରାଯାଇଥିବା ସତ୍ୱେ ବି କାର୍ଯ୍ୟାଦେଶ ନମିଳିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଘରତିଆରି ପାଇଁ ସଂପୃକ୍ତ ଅଧିକାରୀ ତଥା ସମିତିର ସଂପାଦକ ୧୫ହଜାର ଟଙ୍କା ଲାଞ୍ଚ ନେଇ ଅଣ ବୁଣାକାର ମାନଙ୍କୁ ଘର ଯୋଗାଇ ଦେଉଥିବା କଥାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି କରିଛନ୍ତି । ଏପରିକି ବୁଣାକାର ମାନଙ୍କୁ ରିହାତି ଦରରେ ସୁତା ଯୋଗାଇଦେବା ପାଇଁ ସରକାରୀ ବ୍ୟବସ୍ଥା ଥିଲେ ବି ସୁତା ପ୍ରଦାନରେ ମଧ୍ୟ ଘୋର ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି । ଏହି ବିକ୍ଷୋଭ ସମାବେଶରେ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସିଥିବା ବୁଣାକାରଙ୍କ ମଧ୍ୟରେ ଘନଶ୍ୟାମ ମେହେର, ବୈଶାଖୁ ମେହେର, ଗଣେଶ ମେହେର, ଧନପତି ମେହେର, ସତ୍ୟ ମେହେର, ଆକାଶ ମେହେର, କେଶବ ମେହେର, ପ୍ରକାଶ ମେହେର ସୁବଲ, ଉମାଶଙ୍କର ମେହେରଙ୍କ ସମେତ ସୁରେଶ ପାତ୍ର, ବ୍ୟାସଦେବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 − one =