ଶ୍ରୀଜିଉଙ୍କ ସୁନାବେଶ ଓ ନୀଳାଦ୍ରି ବିଜେ ସଂପନ୍ନ

0 54

ନବରଙ୍ଗପୁର:ବରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ହରିଶୟନ ଏକାଦଶୀ ତିଥିରେ ତିନି ଠାକୁରଙ୍କ ସୁନାବେଶ, ଅଧର ପଣା ନୀତି ମନ୍ଦିର ଦେବୋତ୍ତର ବିଭାଗ ତରଫରୁ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି । ଏଥିରେ ରାଜ ପୁରୋହିତ ଶ୍ରୀ ନରସିଂହ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଓ ମାଁ ଭଣ୍ଡାର ଘରଣୀ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ରର ସମସ୍ତ ପୁରୋହିତ ଗଣଙ୍କ ଉପସ୍ଥିତିରେ ସମସ୍ତ ନୀତି ସମ୍ପନ୍ନ ହୋଇଛି । ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଏହି ନୀତି ଅନୁଷ୍ଠିତ ହେବା ଯୋଗୁଁ ଅଗଣିତ ଭକ୍ତ ଆତ୍ମବିଭୋର ହୋଇ ସୁନାବେଶ ଦର୍ଶନ କରିଥିଲେ । ପବିତ୍ର ରଥଯାତ୍ରା ବାହୁଡା଼ ଯାତ୍ରା ଓ ସୁନାବେଶ ଅବସରରେ ଡକ୍ଟର ବିଜୟ ମିଶ୍ର, ଶଶାଙ୍କ ଶେଖର ତ୍ରିପାଠୀ, ଜେନାମଣୀ ବିଷୋୟୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସୁଧାଂଶୁ ତ୍ରିପାଠୀ, ସଦାଶିବ ସାହୁ ସଙ୍ଗୀତା ତ୍ରିପାଠୀ ଓ ସ୍ପରିତ ପାଣିଗ୍ରାହୀ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହାକୁ ଜିଲ୍ଲା ପ୍ରଶାସନ, ମନ୍ଦିର ପରିଚାଳନା କମିଟି ପ୍ରମୁଖ ସହଯୋଗ କରିଥିଲେ ।
ଏହା ପରେ ଦ୍ୱାଦଶୀ ତିଥିରେ ସନ୍ଧ୍ୟା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହଙ୍କୁ ନିଳାଦ୍ରୀ ବିଜେ କରାଯାଇଥିଲା । ଶ୍ରୀ ଗୁଣ୍ଡିଚା ଯାତ୍ରା ଠାରୁ ନିଳାଦ୍ରୀ ବିଜେ ଯାଏଁ ଏହି ବାର ଦିନ ନବରଙ୍ଗପୁର ସହର ଚଳଚଞ୍ଚଳ ହୋଇ ପଡିଥିଲା । ମହା ଆଡ଼ମ୍ବରରେ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବର୍ଷ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

12 + seven =