ଦଶପଲ୍ଲା ଓ ସରିଗଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ସଚେତନତା କର୍ମଶାଳା

0 198

ଦଶପଲ୍ଲା: ଭାରତୀୟ ଷ୍ଟେଟ ବ୍ୟାଙ୍କ ଦଶପଲ୍ଲା ଓ ସରିଗଣ୍ଡା ଶାଖା ପକ୍ଷରୁ ଅଗଷ୍ଟ ୧ରୁ ୩୧ ପର୍ଯ୍ୟନ୍ତ ପାଳିତ ହେଉଛି ମନସୁନ୍‌ କ୍ୟାମ୍‌ପେନ୍‌ । ଏହି ଅବସରରେ ଆଜି ଦଶପଲ୍ଲା ବ୍ଲକ କାର୍ଯାଳୟଠାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ୟାଙ୍କର କର୍ମଚାରୀ ଓ ବିଭିନ୍ନ ଗ୍ରାହକ ସେବା କେନ୍ଦ୍ରର ପରିଚାଳକମାନେ ଯୋଗ ଦେଇଥିଲେ । ଦଶପଲ୍ଲା ବ୍ଲକ ଅଧିକାରୀ ସଞ୍ଜୟ କୁମାର ଆଚାର୍ଯ୍ୟ, ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏସବିଆଇର ଡେପୁଟି ଜେନେରାଲ ମ୍ୟାନେଜର ମନମୋହନ ସ୍ୱାଇଁ , ନୟାଗଡ ମ୍ୟାନେଜର ଶେଖର ପଟ୍ଟନାୟକ, ରୁରାଲ ସେଲ୍ଫ ଏମ୍ପ୍ଲଏମେଣ୍ଟ ଟ୍ରେନିଂ ସଂସ୍ଥାର ନିର୍ଦ୍ଦେଶକ ମନୋଜ କୁମାର ସ୍ୱାଇଁ, ଆର୍ଥିକ ପରାମର୍ଶଦାତା ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଉକ୍ତ କର୍ମଶାଳାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଗୁଡିକ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସାମାଜିକ ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଥିବା ବିଭିନ୍ନ ଜନହିତକାରୀ ଯୋଜନା ସମ୍ବନ୍ଧରେ ସଚେତନତା କରାଯାଇଥିଲା । ତତ୍‌ ସହିତ ଗ୍ରାହକ ସେବା କେନ୍ଦ୍ରର ଅତୁଲନୀୟ ଅବଦାନ ଯୋଗୁଁ ପରିଚାଳକ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଦଶପଲ୍ଲା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସତ୍ୟରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

two + four =