କୋର୍ଟରୁ ଜାମିନରେ ଆସିବା ପରେ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଶ ବୋଲି କହିଲେ

0 251

ଫୁଲବାଣୀ:-ସ୍ଥାନୀୟ ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ହ୍ରିତିକ ପ୍ରଧାନ କୋର୍ଟରୁ ଜାମିନରେ ଆସିବା ପରେ ନିଜକୁ ନିର୍ଦ୍ଦୋଶ ଏବଂ ମୋତେ ଷଡଯନ୍ତ୍ର କରି ଚୋରି କେଶରେ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ । ହ୍ରିତିକଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୩ ମସିହାରେ ତାଙ୍କ ଗ୍ରାମର ଜଣେ ଯୁବକ ଚାକିରୀ ଯୋଗାଇଦେବ ବୋଲି ତାକୁ ସିକନ୍ଦରବାଦ ନେଇଥିଲା । ଦୁହେଁ ମିଶିକି ଗୋଟିଏ ଘରେ ରହୁଥିଲେ । ତେବେ ହ୍ରୀତିକ ସିକନ୍ଦରାବାଦରେ ବୁଲୁଥିବା ବେଳେ ରାସ୍ତାରୁ ଗୋଟିଏ ବ୍ୟାଗରେ ସୁନା ପାଇଥିଲା । ଏ ବିଷୟରେ ସେ ତାର ବନ୍ଧୁ କିଷାନକୁ କହିଥିଲା । ଆଉ ଦୁହେଁ ମିଶି କିଛି ସୁନା ସେଠାରେ ବିକ୍ରୀ କରିଥିଲେ । ଆଉ ସେହି ଟଙ୍କାଙ୍କୁ ଉଭୟ ବାଣ୍ଟି ଥିଲେ । ଅବଶିଷ୍ଟ ସୁନା କିଷାନ ନିଜ ପାଖରେ ରଖିଥିଲା, ମାଗିଲେ ଦେଉନଥିଲା । ଲୁଚାଇ ରଖୁଥିବା ହ୍ରୀତିକ ଜାଣିପାରି ସେଗୁଡିକୁ ନେଇ ଆସି ଫୁଲବାଣୀରେ ପହଞ୍ଚିଥିଲେ । ସେସବୁକୁ ଫୁଲବାଣୀରେ ବିକ୍ରି କରିବାକୁ ଚେଷ୍ଟା କରିବା ବେଳେ ଏହି ବାବଦରେ ଖବର ପାଇ ଫୁଲବାଣୀ ଟାଉନ ଥାନା ପୁଲିସ ତାକୁ ସେଠାରୁ ଆଣି ସିକନ୍ଦରାବାଦ ପୁଲିସକୁ ସୂଚନା ଦେଇଥିଲା । ଏହି ସୁନାକୁ ଜଣେ ମହିଳାଙ୍କ ଠାରୁ ଚୋରି କରିଥିବା ନେଇ ସିକନ୍ଦରାବାଦ ମାର୍କେଟ ଥାନାରେ ଏକ ଅଭିଯୋଗ କରାଇ ମାମଲାରେ ଫସାଇଥିବା ଯୋଗୁଁ ତାକୁ ଫୁଲବାଣୀରୁ ସିକନ୍ଦରାବାଦ ପୁଲିସ ଗତ ୨୫ ତାରିଖରେ ଗିରଫ କରି ଏଠାରୁ ନେଇ ଯାଇଥିଲା । ତାକୁ ନେବାବେଳେ ପ୍ରଥମେ ଫୁଲବାଣୀ କୋର୍ଟରେ ହାଜର କରାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ସିକନ୍ଦରାବାଦକୁ ନେବା ବଦଳରେ ସେଭଳି କିଛି ନକରି ତାକୁ ସିଧାସଳଖ ପୁଲିସ ସିକନ୍ଦରାବାଦ ଟାଉନ୍‌ ଥାନାରୁ ଉଠାଇ ନେଇଥିଲା । ଏହା ବାସ୍ତବିକ ସତ ହୋଇଥିଲେ ସାଂଘାତିକ ବୋଲି ସ୍ଥାନୀୟ ଆଇନଜୀବୀ ମତ ଦେଇଛନ୍ତି । ତେଣୁ ସେ ଓ ପରିବାର ଲୋକ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିବେ ବୋଲି ମା’ ବାସନ୍ତି ପ୍ରଧାନ ଏବଂ ଭାଇ ଆଲୋକ ଦିଗାଲ କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × three =