ଆଜି ସାମ୍ନାସାମ୍ନି ହେବେ ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟି ଓ ବନ ବିଭାଗ, ଓଡ଼ଗାଁ ବନବିଭାଗ ଦୁର୍ନୀତିର ହେବ ତଦନ୍ତ

0 216

ଦଶପଲ୍ଲା : ନୟାଗଡ ଜିଲ୍ଲା ଓଡଗାଁ ବନାଞ୍ଚଳରେ ପଥରବନ୍ଧ, ଚେକଡ୍ୟାମ ଓ ଚାରା ରୋପଣ ଦୁର୍ନୀତି ପ୍ରସଙ୍ଗ ଉପରେ ସାମ୍ନା ସାମ୍ନି ହେବେ ବନ ବିଭାଗ ଓ ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି । ଆଜି ଏକ ୫ ଜଣିଆ କମିଟି ଓଡଗାଁର ବିଭିନ୍ନ ସ୍ଥାନରେ ଛାନଭିନ କରିବେ । ସୂଚନାଯୋଗ୍ୟ, ଗତ ୨୦୨୧–୨୨ ଓ ୨୦୨୨–୨୩ ମସିହାରେ ଓଡଗାଁ ବନ ବିଭାଗରେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ଏହି ଅର୍ଥକୁ ବନ ବିଭାଗ କର୍ମଚାରୀମାନେ ବାଟମାରଣା କରି ନେଇଥିବା ଅଭିଯୋଗ ହୋଇଛି । ଜଙ୍ଗଲ ମଧ୍ୟରେ ପଥରବନ୍ଧ କାର୍ଯ୍ୟ କରିବାକୁ ଯାଇ ପାହାଡ ପଥର ଆଣି ପଥରବନ୍ଧ କାମରେ ଲଗାଇ ଅର୍ଥ ଆତ୍ମସାତ୍‌ କରିଥିବା ବେଳେ ଚେକଡ୍ୟାମ କାର୍ଯ୍ୟରେ ନାହିଁ ନ ଥିବା ଦୁର୍ନୀତି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏମିତିକି ଆଗୁଆ ବିଲ୍‌ କରି ପରେ ଧରାପଡିବା ଭୟରେ କାର୍ଯ୍ୟ କରାଯାଇଛି । ଏହି ଦୁର୍ନୀତିର ଚେର ତଳୁ ଉପର ପର୍ଯ୍ୟନ୍ତ ଲମ୍ବିଥିବା ମଧ୍ୟ କୁହାଯାଉଛି । ଏହି ଖବର ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଘଟଣାକୁ ଚାପି ଦେଇଥିଲେ । ଏହି ଘଟଣାକୁ ଜିଲ୍ଲା ପରିଷଦ ସଭ୍ୟମାନେ ଗୁରୁତର ସହ ନେଇଥିଲେ । ପରବର୍ତ୍ତୀ ସମୟରେ ଘଟଣାରେ ସତ୍ୟତା ଥିବା ଜଣାପଡିବା ପରେ ଜିଲ୍ଲା ପରିଷଦ ବୈଠକରେ ଓଡଗାଁ ବନ ବିଭାଗ ପ୍ରସଙ୍ଗ ଉଠିଥିଲା । ସଭାପତି ଇଂ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରାଯିବ ବୋଲି ଚିଠି କରିଥିଲେ । କମିଟିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଓଡଗାଁ ପଂଚାୟତ ସମିତି ଅଧ୍ୟକ୍ଷ, ନୟାଗଡ ଜୋନର ୫ନମ୍ବର, ୬ନମ୍ବର ଓ ୧୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟମାନେ ଆସି କେଉଁ କେଉଁ ଜାଗାରେ କାର୍ଯ୍ୟ କରାଯାଇଛି ସେସବୁର ତଦନ୍ତ କରିବେ । କେବଳ ସେତିକି ନୁହଁ ଓଡଗାଁ ପଂଚାୟତ ସମିତି ବୈଠକରେ ଓଡଗାଁ ବନ ବିଭାଗ ଦୁର୍ନୀତିକୁ ନେଇ ତୁମ୍ବି ତୋଫାନ ହୋଇଥିଲା । ଏଥିରେ ତତ୍କାଳୀନ ରେଞ୍ଜର ଅମ୍ରିତ୍‌ କୁମାର ସାହୁ, ଫରେଷ୍ଟର ସନ୍ଧ୍ୟାରାଣୀ ନାୟକ, ନାଉଖାଲ ଫରେଷ୍ଟଗାର୍ଡ ସନ୍ତୋଷ ନାୟକ, ଚେମେଡି ଫରେଷ୍ଟ ଗାର୍ଡ ରୀନା ସେଠୀ ସାମିଲ ଥିବା ବେଳେ ଫରେଷ୍ଟର ସନ୍ଧ୍ୟାରାଣୀ ନାୟକଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କ ଅନ୍ୟତ୍ର ବଦଳି କରାଯାଇଛି । ଆଜି ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ସହିତ ଅଭିଜ୍ଞ ଇଂଜିନିୟରମାନେ ଆସି ନିର୍ମାଣ ହୋଇଥିବା କାର୍ଯ୍ୟର ତଦନ୍ତ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଖବର ଲେଖଯିବା ସୁଦ୍ଧା ,ଦୁଇପକ୍ଷର ଟିମ୍‌ ଓଡ଼ଗାଁରେ ପହଞ୍ଚି ଥିବା ଖବର ମିଳିଛି ।

hiranchal ad1
Leave A Reply

Your email address will not be published.

3 × three =