ଖପ୍ରାଖୋଲ : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି । ଗସ୍ତ ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ରର ଇନ ଡୋର ଓ ଆଉଟ୍ ଡୋର ବୁଲି ଦେଖିବା ସହ ରୋଗୀଙ୍କୁ ସେବା ସମ୍ପର୍କରେ ପଚାରି ବୁଝିଥିଲେ । ଡାକ୍ତରଖାନା ସଫା ସୁତୁରା ଦେଖି ଖୁସି ବ୍ୟକ୍ତ କରିଥିଲେ । ପରେ ମେଡିକାଲ ଅଫିସର ଡ଼ା ରାଜ ନାରାୟଣ ସ୍ୱାଇଁଙ୍କୁ ଭେଟି ସ୍ୱାସ୍ଥ୍ୟ କେନ୍ଦ୍ରର ଖାଲି ପଡ଼ିଥିବା ବିଭିନ୍ନ ପଦବୀ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ମେଡ଼ିସିନ ବିଶେଷଜ୍ଞ ନିଯୁକ୍ତ ହୋଇଥିଲେ ବି ଅନ୍ୟତ୍ର ଡେପୁଟେସନ କରାଯାଇଥିବାରୁ ତାକୁ ବାତିଲ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ କରିବା ପାଇଁ ପ୍ରେସ କ୍ଲବ ସଦସ୍ୟ ଜଣାଇଥିଲେ । ସମସ୍ୟା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଜଣାଇ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଶ୍ରୀ ବିଶି ପ୍ରତିଶ୍ରୁତି ଦେଇଥିଲେ ।