ଭିଜିଲାନ୍ସ ଜାଲରେ ଅତିରିକ୍ତ ଯନ୍ତ୍ରୀ

0 99

ଭବାନୀପାଟଣା: କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ଚଢ଼ାଉ । ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ଘରେ ଭିଜଲାନ୍ସ ବିଭାଗର ଭବାନୀପାଟଣା ସହରର ଜଳେଶ୍ୱର ମନ୍ଦିର ପଡାରେ ଥିବା ବାସଭବନ ସମେତ ସରକାରୀ କାର୍ଯ୍ୟାଲୟରେ ଭିଜିଲାନ୍ସ ବିଭାଗର ଏକକାଳୀନ ଚଢାଉ କରି ତିନି ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ଭବାନୀପାଟଣା ସହରର ଜଳେଶ୍ୱର ମନ୍ଦିର ପଡାରେ ଥିବା ତିନି ମହଲା କୋଠା ଥିବା ବେଳେ ତାହାର ମୂଲ୍ୟ ଏକ କୋଟି ଦଶ ଲକ୍ଷ ଟଙ୍କାର ମୂଲ୍ୟ ଆକଳନ କରିଥବା ସହ ଏକ କୋଟି ତିନି ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ଇନ୍‌ସୁରାନ୍ସ, ସୁନା ଗହଣା ୨୩୫ଗ୍ରାମ ଓ ରୁପା ୭୦୦ଗ୍ରାମ, ଭବାନୀପାଟଣା ସହରର ବିଭିନ୍ନ ଜାଗାରେ ଦୁଇଟି ପ୍ଲଟ ଓ ନଗଦ ଦୁଇ ଲକ୍ଷ ୬୫ ହଜାର ଟଙ୍କା ଜବତ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − nine =