ଦେବଗଡ : ସଂପର୍କ ଭୁଲିଗଲା ଦାଦା । ସାମାନ୍ୟ ପାରିବାରିକ ବିବାଦକୁ ନେଇ ହତ୍ୟା କରିବାକୁ ବି ପଛାଇଲାଣି ଦାଦା । ତାହା ପୁଣି ନିଜ ଝିଆରୀକୁ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଖବର ଅନୁଯାୟୀ, ପାରିବାରିକ କଳହକୁ ନେଇ ଝିଆରୀକୁ ଟାଙ୍ଗିଆରେ ହାଣିଦେଲା ଦାଦା । ଘଟଣାସ୍ଥଳରେ ପାଞ୍ଚ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ମୃତକ ହେଲେ ସୁଶାନ୍ତ ଭଇଁଷାଙ୍କ ୫ ବର୍ଷ ର ଶିଶୁ କନ୍ୟା ରୋଜାଲିନ ଭଇଁଷା । ଦେବଗଡ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ । ହତ୍ୟାକାଣ୍ଡ ପରେ ଗ୍ରାମବାସୀମାନେ ଦାଦା ନାଗାର୍ଜୁନ ଭଇଁଷାକୁ ଅଟକ ରଖିଛନ୍ତି ।