ବ୍ଲକ ସ୍ତରୀୟ ଜୁଲାଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ

0 84

ବୌଦ୍ଧ : ବୌଦ୍ଧ ବ୍ଲକ ସ୍ତରୀୟ ଜୁଲାଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କର ଶିକ୍ଷଣ ଶିକ୍ଷାଦାନ କିପରି ଉନ୍ନତ ହୋଇପାରିବ, ବିଦ୍ୟାଳୟର ସମସ୍ତ କାର୍ଯ୍ୟ ସହିତ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ଦେବା ଯେପରି ପିଲାମାନେ ସହଜରେ ଗ୍ରହଣ କରିପାରିବେ ଏବଂ ଶିକ୍ଷକ ମାନଙ୍କ ଶିକ୍ଷଣ ପ୍ରକ୍ରିୟାକୁ ସିଆରସିସିମାନେ ତଦାରଖ କରନ୍ତୁ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ପରାମର୍ଶ ଦେଇଥିଲେ । ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଉପରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅଖିଳ କୁମାର ପ୍ରଧାନ ସୂଚନା ଦେଇଥିଲେ । ବିଭାଗୀୟ ବିଷୟ ଏଫଏଲଏନ, ପ୍ରାରମ୍ଭ, ଜାତୀୟ ଶିକ୍ଷା ନୀତି, ସ୍କୁଲ ମନିଟରିଙ୍ଗ ଉପରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ଆଲୋଚନା କରିଥିଲେ । ସିଆରସି ରାଜକୁମାର ପ୍ରଧାନ, ସନ୍ତୋଷ କୁମାର କର୍ଣ୍ଣ, ବିଜୟ କୁମାର ଭୋଇ, ସନ୍ତୋଷ କୁମାର ଶତପଥୀ, ସୌମିତ୍ରୀ କର୍ଣ୍ଣ, ଲବକିଶୋର ପ୍ରଧାନ, ନିରଞ୍ଜନ ମେହେର, ତୋଷଣ କୁମାର ମହାକୁଳ, ଅରବିନ୍ଦ ମହାଲିକ, ସରୋଜ ଝାଙ୍କର, ଚୌଧୁରୀ ସେଠୀଙ୍କ ସହିତ ସମସ୍ତ ସିଆରସିସି ଉପସ୍ଥିତ ଥିଲେ । ସନତ ବାରିକ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

17 − 10 =