ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ

0 108

ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ମହାପ୍ରଭୁଙ୍କ ସ୍ୱତନ୍ତ୍ର ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ପହିଲି ଭୋଗରେ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୂଆଁ ଲାଗି ହୋଇଛି । ଗୋପାଳବଲ୍ଲଭ ପରେ ପହିଲି ଭୋଗ ସଂପନ୍ନ ହୋଇଛି । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି । ପୁରାଣ କଥା ବସ୍ତୁ ଅନୁଯାୟୀ ପୌଷ ମାସରେ ମା ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ପୌଷପୂର୍ଣ୍ଣିମା ଠାରୁ ମକର ସଂକ୍ରାନ୍ତି ଯାଏଁ ପହିଲି ଭୋଗ ପ୍ରସ୍ତୁତ କରାଯାଏ । ପହିଲି ଭୋଗ ମହାପ୍ରଭୁଙ୍କର ଆଦ୍ୟ ଭୋଗ ହୋଇଥିବାରୁ ଏହାକୁ ବଡି ଭୋରରୁ ଲାଗି କରାଯାଏ । ବିରି, ଗହମରେ ପ୍ରସ୍ତୁତ ୩୨ ପ୍ରକାର ପିଠା ପଣା ଶ୍ରୀଜିଉଙ୍କ ନିକଟରେ ଲାଗି କରାଯିବ । ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ମଣ୍ଡା, ଆରିସା, କାକରା ଓ ବଡି ଆଦି ଭୋଗ କରାଯାଇଥାଏ । ପହିଲି ଭୋଗ ସମୟରେ ଦିବା ପହୁଡ କରାଯିବାର ନୀତି ମଧ୍ୟ ରହିଛି ।

hiranchal ad1
Leave A Reply

Your email address will not be published.

3 × 4 =