ଦଶପଲ୍ଲା : ଆଜି ପାରମ୍ପରିକ ଦୀର୍ଘସ୍ଥାୟୀ କୃଷି କାର୍ଯ୍ୟ ସମ୍ପର୍କିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁଙ୍କ ଦ୍ୱାରା ପ୍ରମାଣପତ୍ର ବଣ୍ଟନ କରାଯାଇଛି ।
ଜୀବିକା ମିଶନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ନୟାଗଡ଼ ଜିଲ୍ଲାର ନୂଆଗାଁ, ଓଡ଼ଗାଁ, ଦଶପଲ୍ଲା ଏବଂ ରଣପୁର ବ୍ଲକର ୨୫ ଜଣ କୃଷିମିତ୍ର, ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରୀଟି ଦ୍ୱାରା ପାରମ୍ପରିକ ଦୀର୍ଘ ସ୍ଥାୟୀ କୃଷି ଦ୍ୱାରା ତାଲିମ ପାଇଥିଲେ । ଭାରତ କୃଷି ଦକ୍ଷତା ପରୀକ୍ଷା ଦ୍ୱାରା ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବା କୃତି ପରୀକ୍ଷାର୍ଥୀମାନଙ୍କୁ ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହରେ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପୋମା ଟୁଡୁଙ୍କ ସମେତ ଡିପିଏମ, ଓଏଲଏମ, ବିପିଏମ, ଜିଲ୍ଲା ପରିଷଦ, ସିଡିଏଓ, ପିଡ଼ି, କେବିକେ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ନିତ୍ୟାନନ୍ଦ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.