ବରିଷ୍ଠ ନାଗରିକ ଭ୍ରାମ୍ୟମାଣ ଚିକିତ୍ସା ଗାଡି ଉଦଘାଟିତ

0 102

ବଲାଙ୍ଗୀର: ଗତ ଦୁଇ ବର୍ଷ ହେଲାଣି ମହାମାରୀ କରୋନା ଯୋଗୁ ସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇପଡିଛି । କିନ୍ତୁ ସରକାର ବିଭିନ୍ନ ବ୍ୟବସ୍ଥାରେ ତାର କିଛି ମାତ୍ରାରେ ହାଲୁକା ହୋଇଛି । ଏଭଳି ସ୍ଥିତିରେ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଧିକ ପରିମାଣରେ ଆଧୁନିକକରଣ କରି ଅଧିକ ପରିମାଣରେ ସୁଧାର ହୋଇପାରିଛି । କିନ୍ତୁ ଗ୍ରାମାଞ୍ଚଳରେ ଥିବା ୬୦ବର୍ଷ ଅଧିକ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ସେବା ଜଟିଳ ହୋଇପଡିଛି । ତାଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଠିକ ହୋଇପାରୁନଥିବାରୁ ବରିଷ୍ଠ ମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଏହି ଅସୁବିଧାକୁ ସୁଧାର ଆଣିବା ପାଇଁ ଏସଏସଇପିଡି ଓଡିଶା ଓ ପଲ୍ଲୀ ଆଲୋକ ପାଠାଗାର ବଲାଙ୍ଗୀର ଜରିଆରେ ଏବଂ ଜିଲ୍ଲାପାଳ ଓ ଡିଏସଏସଓ ବଲାଙ୍ଗୀର ତତ୍ତ୍ୱାବଧାନରେ ଆଜି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେmobile medicare unit for senior citizens balangir ଆମ୍ବୁଲାନ୍ସର ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ଅବସରରେ ଜିଲ୍ଲପାଳ ଚଞ୍ଚଳ ରଣା, ଏସପି କୁଶଳକର ନିତିନ ଏବଂ ଡିଏସଏସଓ ନବକୃଷ୍ଣ ସାହୁ, ବଲାଙ୍ଗୀର ମେଡିଆ,ପଲ୍ଲୀ ଆଲୋକ ପାଠାଗାର କର୍ମକର୍ତ୍ତା, ବରିଷ୍ଠ ନାଗରିକଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକଙ୍କୁ ସାର୍ଟ ଓ ଛତା ଜିଲ୍ଲାପାଳଙ୍କ କରମର୍ଦ୍ଧନରେ ବଣ୍ଟନ କରାଯାଇଥିଲା । ତା ପରେ କଳାମଣ୍ଡପ ପର୍ଯ୍ୟନ୍ତ ଏକ ପଦଯାତ୍ରା ମାଧମରେ ବରିଷ୍ଠ ନାଗରିକ ଅଧିକାର ଉପରେ ଜନ ସଚେତନତା ପାଇଁ ନାରାବାଜି ଦିଆଯାଇଥିଲା !ଏହି କାର୍ଯ୍ୟକ୍ରମକୁ ସଂପାଦକ ପଲ୍ଲୀ ଆଲୋକ ପାଠାଗାର ଓ ସମସ୍ତ କର୍ମୀ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

4 + 6 =