ଅରୁଣାଚଳ ପ୍ରଦେଶ ପ୍ରଶାସନ ଗଜପତିର ତିନି ଅନାଥ ଶିଶୁଙ୍କୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କଲା

0 62

ପାରଳାଖେମୁଣ୍ଡି : ଅରୁଣାଚଳ ପ୍ରଦେଶ ପ୍ରଶାସନ ଗଜପତିର ତିନି ଅନାଥ ଶିଶୁଙ୍କୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିବା ଜଣାପଡିଛି । ପ୍ରକାଶ ଥାଉ କି ଗଜପତି ଜିଲ୍ଲାର ଏକ ଦମ୍ପତିି ଅରୁଣାଚଳ ପ୍ରଦେଶରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କ ସହ ତାଙ୍କର ତିନୋଟି ଝିଅ ମଧ୍ୟ ରହୁଥିଲେ । ସେମାନଙ୍କର ବୟସ ୪,୬,୮ ବର୍ଷ କୋଭିଡ-୧୯ ପୂର୍ବରୁ ଶିଶୁଙ୍କର ମାଆ ସୁମି ରାଇକା ମୃତ୍ୟୁ ବରଣ କରିଥିବା ବେଳେ ପିତା ବିଜୟ ରାଇକା ୨୦୨୧ ଅରୁଣାଚଳ ପ୍ରଦେଶରେ କୋଭିଡ ଯୋଗୁଁ ମୃତ୍ୟୁ ବରଣ କରିଥିଲେ ।ଏହି ପରିବାର ହେଉଛନ୍ତି ଗଜପତି ଜିଲ୍ଲାର ରାୟଗଡ ପଞ୍ଚାୟତ ସମିତି ଅଞ୍ଚଳର । ଏହି ପିଲାମାନଙ୍କୁ ଅରୁଣାଚଳ ପ୍ରଦେଶର ଉପର ସିଆଂ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ସେଠାରେ ଥିବା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରିଲା ପରେ ସେମାନଙ୍କୁ ପି.ଏମ୍‌ .କେୟାର ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କର ଯତ୍ନ ନେବା ସହ ଗଜପତି ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସମନ୍ୱୟ ଶିଶୁ ସୁରକ୍ଷା ଯୋଜନାର ନିର୍ଦ୍ଦେଶବଳୀ ଅନୁସାରେ ଶିଶୁ ମାନଙ୍କୁ ଆଣି ଉପର ସିଆଂ ଜିଲ୍ଲା ପ୍ରଶାସନ ଗଜପତି ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ଗଜପତି ଜିଲ୍ଲା ପ୍ରଶାସନ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି ଗଜପତିରେ ଉପସ୍ଥାପନ କରିସାରିଲା ପରେ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ବଡ଼ ଦୁଇ ଝିଅ ଜିଲ୍ଲାରେ ଏକମାତ୍ର ଥିବା ଝିଅ ମାନଙ୍କ ପାଇଁ ଶିଶୁ ଯତ୍ନ ଅନୁଷ୍ଠାନ ପ୍ରାଇଡ଼ ରେ ରହି ଆସୁଥିବା ବେଳେ ଅନ୍ୟ ଝିଅଟି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରହି ଆସୁଛନ୍ତି । ଯେହେତୁ ବଡ଼ ଦୁଇଟି ଝିଅ ଓଡ଼ିଆ ଲେଖିବା, କହିବା ଏବଂ ପଢ଼ିବା ଜାଣି ନାହାଁନ୍ତି ଓ ହିନ୍ଦୀ କହୁଛନ୍ତି ସେଥିପାଇଁ ଜିଲ୍ଲା ପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସେମାନଙ୍କୁ ଅନ୍ୱେ୍ୱଷା ଇଂରାଜୀ ମାଧ୍ୟମ ସ୍କୁଲରେ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପିଲା ମାନଙ୍କୁ ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମ ଦ୍ୱାରା ପିତାମାତା ଦେବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

15 − 3 =