ହରିଶଙ୍କର ମାଁ ବିନ୍ଧ୍ୟବାସିନି ମନ୍ଦିରର ଚୈତ୍ର ବାସନ୍ତିକ ପୂଜା ମହୋତ୍ସବ ସମ୍ପନ୍ନ

0 136

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିରରେ ଚୈତ୍ର ବାସନ୍ତୀକ ପୂଜା ମହୋତ୍ସବ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ପକ୍ଷରୁ ସମ୍ପନ୍ନ ହୋଇଯାଇଛି । ଏପ୍ରିଲ ୧୪ ରୁ ୧୬ ପର୍ଯ୍ୟନ୍ତ ତିନିଦିନ ଧରି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ମାଁ ବିନ୍ଧ୍ୟ ବାସିନୀଙ୍କ ନିତିକାନ୍ତି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା ଏବଂ ତାଙ୍କର ଧର୍ମ ପତ୍ନୀ କଲାବତି ବରିହା ପୂଜା କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିବାବେଳେ ପୂଜକ ଟଙ୍କଧର ବରିହା ଓ ତାଙ୍କର ପତ୍ନୀ ବିଷ ବରିହା ମାଁ ଙ୍କ ପୁଜାର୍ଚ୍ଚନା କାର୍ଯ୍ୟ ନିର୍ବାହ କରିଥିଲେ ।

hiring

ସମାଜର ବ୍ଳକ ଉପ ସଭାପତି କେଶବ ବରିହା, ବିମଲ ବରିହା, ନାନ୍ଦୁପଲା ସଭାପତି ଶସିକାନ୍ତ ବରିହା, ବିରଞ୍ଚି ବରିହା, କରୁଆଁଝୋର ଲାଠୋର ପଞ୍ଚାୟତର ବୁଡୁ ବରିହା, ସଂପାଦକ ରତ୍ନାକର ବରିହା, ମଏସନାର ବୁଠି ବରିହା, ବାଘ ବରିହା, ଟିକେଶ୍ୱର ବରିହା, ଶିଧେଇକେଲାରେ ଦେବନାରୟଣ ବରିହା, ରୁଦ୍ରଦେବ ବରିହା, ରୋଉତୁର ଅମର ସିଂ ବରିହା, ଜଲିଆର ଅରଜୁନ ବରିହା, ଠଣ ବରିହା, କାର୍ତ୍ତିକ ବରିହା, ପିଛାଲୁ ବରିହା ,ଜିଲ୍ଲା ଚପରାଶି ମିନୁ କମଲିଆ, ନାନ୍ଦୁପଲା ପଞ୍ଚାୟତ ଚପରାଶି ବୁଧୁ ବରିହା ବ୍ଳକ ଚପରାଶି ରର୍ତାକର ବରିହା ଏବଂ ସମସ୍ତ ଭାଇ ଭଉଣୀ, ମାନ୍ୟଗଣ୍ୟ ଅତିଥି ଗୁରୁଜନମାନେ ସମସ୍ତ ଉପସ୍ଥିତ ଥିଲେ । ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା । ଏଥିରେ ସର୍ବ ଭାରତୀୟ ବିଂଝାଲ ସମାଜର ସମସ୍ତ କର୍ମକର୍ତ୍ତା, ସଦସ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × 2 =