ଗଜପତି: ୮୪ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନେତୃତ୍ୱ ବିକାଶ ଓ ଡିଜିଟାଲ କୌଶଳ ଭିତ୍ତିକ ତାଲିମ ପ୍ରଦାନ

0 49

ପାରଳାଖେମୁଣ୍ଡି । ଆଜିଠାରୁ ଆସନ୍ତା ୨୫ ତାରିଖ ଯାଏଁ ୫ ଦିନିଆ ତାଲିମ ଶିବିର ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଓସେପା ଆନୁକୂଲ୍ୟରେ ଆୟୋଜନ କରାଯାଇଅଛି । ଆଜିର ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି ବିଦ୍ୟାଳୟ ଗୁଡିକ ରେ ସ୍ମାର୍ଟ କ୍ଲାସ, ବିଜ୍ଞାନଗାର ଓ ଇ -ପାଠାଗାରର ସୁବିନିଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ସ୍ୱାଗତ ଭାଷଣ ଦେବା ସଙ୍ଗେ ପାରମ୍ପରିକ ପଦ୍ଧତିରେ ଓ ଇଲେକ୍ରୋନିକ ଓ ଡିଜିଟାଲ ପଦ୍ଧତିରେ ମିଳିତ ଭାବେ ଶିକ୍ଷାଦାନ ଦ୍ୱାରା ପାଠପଢା ପ୍ରକ୍ରିୟା ସରଳ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ, ପ୍ରଶାନ୍ତ କୁମାର ପ୍ରଧାନ, ଦେବଦାସ ତମରପୁ, ପି. ଶିବ କୁମାର, ସାଥ ଇ ପ୍ରୋଗ୍ରାମ ମ୍ୟାନେଜେର ରିଙ୍କୁ ଗୌଡ଼ ଓ ଏଲ. ଦିଲୀପ କୁମାର, ୟ. ଧର୍ମା ରାଓ ଓ ଲିଙ୍ଗରାଜ ପାଢ଼ୀ ପ୍ରଶିକ୍ଷକ ଭାବେ ନିୟୋଜିତ ହୋଇ ପ୍ରଶିକ୍ଷଣ କାର୍ଯ୍ୟ ଚାଲୁ ରଖିଛନ୍ତି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମିନାକ୍ଷୀ ପାଢ଼ୀ, ଇସାନଚାନ୍ଦ ଓଁକାର, ସନ୍ତୋଷ କୁମାର ଆଚରି, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ତାଲିମ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ସବୁ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ସମ୍ପ୍ରସାରିତ ହେବାର ଯୋଜନା ଥିବା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଅଛି ।

hiranchal ad1
Leave A Reply

Your email address will not be published.

1 + 9 =