ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ପରିବେଶ ମଞ୍ଜୁରି ମିଳିବ କେବେ ?

0 318

ଦଶପଲ୍ଲା : ନୟାଗଡ଼ ତଥା ଖୋର୍ଦ୍ଧା ଜିଲ୍ଲାର ଜୀବନରେଖା କୁହାଯାଉଥିବା ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ନେଇ ଅନେକ ଆଶା ସୃଷ୍ଟି ହୋଇଥିବା ବେଳେ ଗତକାଲି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ( ଏନ୍‌ଟିସିଏ ) ବା ଏନ୍‌ବିଡବ୍ଲଏଲ୍‌ ପ୍ରମୁଖ ଅଧିକାରୀ ବି.କେ ସିଂହ ଦଶପଲ୍ଲା ଗସ୍ତ କରିଛନ୍ତି । ସେ ଗତ ୧୯ ତାରିଖଠାରୁ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ପରେ ଆଜି ଦଶପଲ୍ଲାସ୍ଥିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ତଦାରଖ କରିଛନ୍ତି । ଜଳସେଚନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସମେତ ବନ ବିଭାଗର ଅଧିକାରୀଙ୍କ ସହ ପ୍ରକଳ୍ପ ହେବାକୁ ଥିବା ମଞ୍ଚାରୀ, ମୁଣ୍ଡୁଳି, ମୁଣ୍ଡୁଳି ନୂଆଗାଁ ଏବଂଅନ୍ୟାନ୍ୟ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ବୃତ୍ତଙ୍ଗ ଜଳସେଚନ ହେଲେ କେତେ ପରିବାର ବିସ୍ଥାପିତ ହେବେ ? ସେମାନଙ୍କ ଜୀବନଜୀବିକା କ’ଣ ରହିବ ? ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାର କିପରି ବ୍ୟବସ୍ଥା ରହିଛି ସେ ନେଇ ପ୍ରକଳ୍ପ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ଜଣାପଡ଼ିଛି । ଏଥି ସହିତ ଶାଖା କେନାଲ ଦେଇ ଯାଉଥିବା ରାସ୍ତାଟି ବନ୍ୟପ୍ରାଣୀ ବିଭାଗର ହାତୀ କରିଡର୍‌ ହୋଇଥିବା ବେଳେ ଏଥି ପାଇଁ କ’ଣ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ପାଇଁ ରହିଥିବା ସମସ୍ୟା ସମ୍ପର୍କରେ ଉଭୟ ବନ ବିଭାଗ ଏବଂ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଯାହାକି ଉଭୟ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ଜଣାପଡ଼ିଛି । ହେଲେ ଦ୍ୱିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ପୂର୍ବରୁ ବି.କେ ସିଂହଙ୍କ ପ୍ରକଳ୍ପ ଅନୁଧ୍ୟାନ ଏହି କାର୍ଯ୍ୟକୁ କେତେ ଅଗ୍ରଗତି କରୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ । କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀଙ୍କ ସମେତ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ, ଏସ୍‌ଡିଓଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 + 3 =