କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

0 66

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ତରଫରୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକା ଉଦ୍ଦେଶ୍ୟରେ ନବରଙ୍ଗପୁର ମାନିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାନ କିଶୋର ନାୟକଙ୍କୁ ଗ୍ରାମବାସୀ ଏବଂ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ସମ୍ପର୍କୀୟମାନେ ମାଡ଼ ମାରିଥିବା ବିରୁଦ୍ଧରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ ଏବଂ ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ରଶେଖର ହୋତାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ମାଡ଼ ମାରିଥିବା ଲୋକଙ୍କୁ ତୁରନ୍ତ ଗିରଫ କରା ନ ଯାଏ ତେବେ ଆଗାମୀ ଦିନରେ ହଷ୍ଟେଲର ମେସ ପରିଚାଳନା ସହ ଛାତ୍ର ଛାତ୍ରୀଙ୍କ ନିରାପତ୍ତା ଏବଂ ସୁରକ୍ଷା ଦାୟିତ୍ୱ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଦାବିପତ୍ର ଦେବା ଅବସରରେ ସଙ୍ଘର ସଭାପତି ସାଧୁରାମ ଭତରା, ସମ୍ପାଦକ ରଞ୍ଜନ କୁମାର ବେହେରା ସମେତ ସଙ୍ଘର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ତଳେ ମାନିଗାଁ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ହଷ୍ଟେଲ ପରିସରରୁ କେଉଁଆଡେ ଚାଲିଯାଇଥିବା ସୂଚନା ପାଇବା ପରେ ସଂପୃକ୍ତ ପ୍ରଧାନ ଶିକ୍ଷକ ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ଦୁଇ ଦିନ ପରେ ସେହି ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଏହି ଖବର ପ୍ରସାରିତ ହେବା ପରେ ଛାତ୍ରର ସମ୍ପର୍କୀୟ ମାନେ ଉତ୍ତେଜିତ ହୋଇ ପ୍ରଧାନ ଶିକ୍ଷକ ସମେତ ବିଦ୍ୟାଳୟର ଅନ୍ୟମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି ।

hiranchal ad1
Leave A Reply

Your email address will not be published.

14 + 2 =