ଘୁ ଉଦୟଗିରି ଅଞ୍ଚଳର ବିଭିନ୍ନ ଚର୍ଚ୍ଚରେ ପୁନରୁଥାନ ପର୍ବ ପାଳିତ

0 43

ଘୁ.ଉଦୟଗିରୀ: ଆଜି ପୁନରୁଥାନ ଦିବସ ପ୍ରଭୁ ଯୀଶୁଖ୍ରୀଷ୍ଟ ମୁତ୍ୟୁ ନାହୁଡ ଭାଙ୍ଗି ହେଲେ ମୃତ୍ୟୁଞ୍ଜୟୀ । ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀମାନେ ଆଜିର ଦିନରେ ଆନନ୍ଦ ଉଲ୍ଲାସର ସହିତ ଘରେ ଘରେ ପୀଠା ପଣା ସହିତ ମାଛ ମାଂସ କରି ଉତ୍ସବ ପାଳନ କରିଥାନ୍ତି । କାରଣ ସମସ୍ତ ଖ୍ରୀଷ୍ଟ ପ୍ରେମୀ ବିଶ୍ୱାସ କରନ୍ତି କି ଜଗତକୁ ଉଦ୍ଧାର କରିବା ପାଇଁ ଯିଶୁ ଖ୍ରୀଷ୍ଟ ପୁନରୁଥାନ ହୋଇଛନ୍ତି । ଶୁଭ ଶୁକ୍ରବାର ଦିନ ଯିଶୁ କ୍ରୁଶରେ ମୃତ୍ୟୁ ଭୋଗ କଲେ ଏବଂ ତୃତୀୟ ଦିନରେ ସେ ମୃତ୍ୟୁକୁ ଜୟ କରି ଉଠିଲେ ଓ ନିଜର ପ୍ରିୟଜନମାନଙ୍କୁ ଦର୍ଶନ ଦେଇ ପ୍ରମାଣ କଲେ ସେ ପୁନରୁତ୍ଥାନ ଯିଶୁ,ସେ ମରିନାହାନ୍ତି ସେ ଜୀବିତ ଅଛନ୍ତି । । ଯେମିତି କହିଥିଲେ ଠିକ୍‌ ସେହି ପ୍ରକାର ସେ ମୃତ୍ୟୁକୁ ଭାଙ୍ଗି ପୁନରୁଥିତ୍‌ ହେଲେ ଏହା ଧର୍ମଶାସ୍ତ୍ର ବାଇବଲ ପ୍ରକାଶ କରେ । ତେଣୁ ଖ୍ରୀଷ୍ଟିଆନ୍‌ ମାନେ ବିଶ୍ୱାସ କରନ୍ତି ଯିଶୁ ସେମାନଙ୍କ ନିମନ୍ତେ ଓ ଜଗତର ସମସ୍ତ ମାନବ ଜାତିର ଉଦ୍ଧାର ନିମନ୍ତେ ଆଜି କବର ଭାଙ୍ଗି ଉଠିଲେ । ସେ ପ୍ରମାଣ କଲେ ନିଜେ ଈଶ୍ୱର । ଯେଉଁ କବରରେ ତାଙ୍କୁ ସମାଧି କରାଯାଇଥିଲା ତାଙ୍କୁ ବାନ୍ଧି ରଖି ପାରିଲା ନାହିଁ ସେହି କବର ବା ସମାଧି । ଈଶ୍ୱରଙ୍କ ବାକ୍ୟ ସଫଳ ହେଲା । ଅନେକ ଲୋକମାନଙ୍କୁ ଯିଶୁ ସାକ୍ଷାତ କଲେ ଓ ଦର୍ଶନ ଦେଇ ନିଜେ କହିଥିବା କଥାକୁ ସ୍ମରଣ କରେଇଲେ । ପବିତ୍ର ଶାସ୍ତ୍ର ବାଇବଲ ମଧ୍ୟରେ ଯେପରି ଲେଖା ଅଛି ( ମାଥିଉ ୨୮:୫-୧୦)
“କିନ୍ତୁ ଦୂତ ସ୍ତ୍ରୀଲୋକମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଭୟ କର ନାହିଁ, କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କୁ ଖୋଜୁଅଛ, ତାହା ମୁଁ ଜାଣେ । ସେ ଏଠାରେ ନାହାଁନ୍ତି, କାରଣ ସେ ଯେପରି କହିଥିଲେ, ସେହିପରି ଉଠିଅଛନ୍ତି । ଆସ, ସେ ଯେଉଁଠାରେ ଶୋଇଥିଲେ ସେହି ସ୍ଥାନ ଦେଖ ଆଉ, ତୁମ୍ଭେମାନେ ଶୀଘ୍ର ଯାଇ ତାହାଙ୍କ ଶିଷ୍ୟମାନଙ୍କୁ କୁହ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ପୁଣି, ଦେଖ, ସେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯାଉଅଛନ୍ତି, ସେଠାରେ ତୁମ୍ଭେମାନେ ତାହାଙ୍କର ଦର୍ଶନ ପାଇବ; ଦେଖ, ମୁଁ ତୁମ୍ଭମାନଙ୍କୁ କହିଲି । ଏଥିରେ ସେମାନେ ଭୟ ଓ ମହାଆନନ୍ଦରେ ସମାଧି ନିକଟରୁ ଶୀଘ୍ର ଚାଲିଯାଇ ତାହାଙ୍କ ଶିଷ୍ୟମାନଙ୍କୁ ସମ୍ବାଦ ଦେବା ପାଇଁ ଦୌଡ଼ିଲେ । ଆଉ ଦେଖ, ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, ତୁମ୍ଭମାନଙ୍କର ମଙ୍ଗଳ ହେଉ । ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ । ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଭୟ କର ନାହିଁ, ତମ୍ଭେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲୀକୁ ଯାଆନ୍ତୁ; ସେଠାରେ ସେମାନେ ମୋହର ଦର୍ଶନ ପାଇବେ । ଏହି ପର୍ବକୁ ଧର୍ମଶାସ୍ତ୍ର ଅନୁସାରେ ସ୍ଥାନୀୟ ଅଞ୍ଚଳର ନୂଆସାହି,ମାଲିକାପଡ଼ି, ନିଲୁଙ୍ଗୀଆ, ଶୁକାନାଣ୍ଡା, କଳିଙ୍ଗା ସମେତ ଅନ୍ୟ ମଣ୍ଡଳୀ ମାନଙ୍କରେ ପାଳକ ମାନଙ୍କ ଦ୍ୱାରା ପ୍ରାର୍ଥନା ଓ ପ୍ରଭୁ ଯୀଶୁ କହିଯାଇଥିବା ବାକ୍ୟ ପରିବେଷଣ ହୋଇଥିବା ସୂଚନା ରହିଛି । ଆଜିର ଇଷ୍ଟର ସଂଡେ ବା ପୁନରୁଥାନ ଦିବସକୁ ଆନନ୍ଦରେ ଖ୍ରୀଷ୍ଟିଆନ୍‌ ଭାଇ ଭଉଣୀ ମାନେ ପାଳନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen + 17 =