ନବରଙ୍ଗପୁର ଆଇନଜୀବୀ ସଂଘର ଇ-ଲାଇବ୍ରେରୀ ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

0 122

ନବରଙ୍ଗପୁର : ଓଡ଼ିଶାର ୩୦ଟି ଜିଲ୍ଲା ସହ ନବରଙ୍ଗପୁର, କୋରାପୁଟ ଓ ରାଉରକେଲା ଆଇନଜୀବୀ ସଂଘର ଇ-ଲାଇବ୍ରେରୀର ଶୁଭ ଉଦଘାଟନ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍‌. ମୁରଲୀଧର ଆଜି ସକାଳ ୯.୩୦ ମି. ସମୟରେ ଆଭାଷୀ (ଭର୍ଚୁୁଆଲ) ଜରିଆରେ କରିଛନ୍ତି । ଜିଲ୍ଲା କୋର୍ଟ ପରିସରରେ ହୋଇଥିବା ଏହି ଉଦଘାଟନୀ ସମାରୋହରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ସ୍ୱାଗତ ଭାଷଣ ଦେଇଥିଲେ । ସାରା ଓଡ଼ିଶା ରେ ସ୍ଥାପିତ ହୋଇଥିବା ଏହି ଇ-ଲାଇବ୍ରେରୀ ଆଇନଜୀବୀ ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ଏହା ଦ୍ୱାରା ସମସ୍ତ ଆଇନଗତ ତଥ୍ୟ, ଦେଶବିଦେଶର ବିଚାରଧାରା, କୋର୍ଟର ନିର୍ଣ୍ଣୟ, ଆଇନ ପୁସ୍ତକ ଇତ୍ୟାଦି ପାଇପାରିବେ । ଏହା ଉଭୟ ଆଇନଜୀବୀ ଓ ମହକିଲ ମାନେ ବିଶେଷ ଉପକୃତ ହେବେ ବୋଲି ମୁଖ୍ୟ ବିଚାରପତି ନିଜ ଅଭିଭାଷଣରେ କହିଥିଲେ । ହାଇକୋର୍ଟ ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତୀ ଅରିନ୍ଦମ ସିହ୍ନା ଓ ଓଡିଶା ଆଇନଜୀବୀ ମହାସଂଘର ଅଧ୍ୟକ୍ଷ ନିର୍ମଳ ରଥ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସାରା ଓଡ଼ିଶା ଇ-ଲାଇବ୍ରେରୀ ର ଏକ ଭିଡିଓ ଉପସ୍ଥାପନା କରାଯାଇଥିଲା । ହାଇକୋର୍ଟ ଆପୋଷ ବିବାଦ ସମାଧାନ କେନ୍ଦ୍ରର ମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଆଇନଜୀବୀ ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ, ଆଗାମୀ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ସରକାରୀ ଆଇନଜୀବୀ ସଚ୍ଚିନନ୍ଦନ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୀନାକ୍ଷୀ ପାଢ଼ୀ, ଶ୍ରୀନିବାସ ପାତ୍ର, ଦାମୋଦର ତ୍ରିପାଠୀ, ସଦାଶିବ ସାହୁ ପ୍ରମୁଖ ଯୋଗଦେଇଥିଲେ । ହାଇକୋର୍ଟଙ୍କ ଦ୍ୱାରା ଯୋଓଗାଇଦିଆଯାଇଥିବା ଏହି ଇ-ଲାଇବ୍ରେରୀର ପରିଚାଳନା ଓ ରକ୍ଷଣାବେକ୍ଷଣ ଆଇନଜୀବୀ ସଂଘ ତରଫରୁ କରାଯିବ ବୋଲି ନିର୍ଦ୍ଦେଶନାମା ରହିଛି ।

hiranchal ad1
Leave A Reply

Your email address will not be published.

five × 3 =