ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ ମହା ବନ୍ଦ, ପାଟଣାଗଡରେ ରାସ୍ତାଘାଟ ଶୂନ୍‌ଶାନ

0 247

ପାଟଣାଗଡ : ରାଜ୍ୟ ସରକାର ପଶ୍ଚିମ ଓଡିଶାକୁ ପାତରଅନ୍ତର କରି ପୂର୍ବ ଓଡ଼ିଶାକୁ ପ୍ରାଧାନ୍ୟ ଦେଇ ପଶ୍ଚିମ ଓଡିଶାକୁ ଅବହେଳା କରୁଥିବା ଦର୍ଶାଇ ଆଜି ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ କୋଶଳ ରାଜ୍ୟ ଦାବୀ ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ପାଟଣାଗଡ଼ ଉପଖଣ୍ଡର ବେଳପଡା, ପାଟଣାଗଡ଼ ସହରରେ ଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ବେଳେ ସରକାରୀ ଓ ବେ ସରକାରୀ ଅଫିସ ସ୍କୁଲ କଲେଜ ବନ୍ଦ ରହିଛି ।
ସହରରେ ଗାଡି ମୋଟର ଚଳାଚଳ ବନ୍ଦ ରହିବା ଫଲରେ ଯାତାୟାତରେ ବାଧାପ୍ରାପ୍ତ ଦେଖାଦେବାରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସକାଳୁ ସକାଳୁ କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟ ମାନେ ସହରରେ ବୁଲି ପିକେଟିଂ କରି ସ୍ଥାନୀୟ ପଞ୍ଚ ମୁଖୀ ହନୁମାନ ମନ୍ଦିର ନିକଟରେ ଥିବା ପାଟଣାଗଡ଼ ବଲାଙ୍ଗିର ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ଫଳରେଯିବା ଆସିବା ସମ୍ପୁର୍ଣ୍ଣ ଠପ ହୋଇଛି । ସେହିପରି ବେଲପଡ଼ା ତାରିଣୀ ମନ୍ଦିର ଛକରେଠାରେ କୋଶଳ ମୁକ୍ତି ମୋର୍ଚ୍ଚାର ସଭ୍ୟ ମାନେ ମଧ୍ୟ ସେଠାରେ ଗାଡି ମୋଟର ଅଟକ ରଖିଥିଲେ । ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ସହରରେ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି । ପାଟଣାଗଡ଼ କୋଶଳ ମୁକ୍ତି ମୋର୍ଚ୍ଚାର ସୁଶୀଲ କୁମାର ଗୁରୁ, ଡିଙ୍ଗର କୁମ୍ଭାର, ଜନସନ ନାଗ, ସନତ ଭୋଇ, ଶମ୍ଭୁ ମେହେର, ସୁବାଷ ଆଚାର୍ଯ୍ୟ, ବନମାଲି ନାୟକ, ନାରୀନେତ୍ରୀ ଗୀତାଞ୍ଜଳି ବୁଡେକ ଓ ସନ୍ତୋସିନୀ ବିଶି ସମେତ ବହୁ କୋଶଳ ପ୍ରେମୀ ମାନେ ସହଯୋଗ କରିଥିଲେ । ସେହିପରି ବେଲପଡ଼ା କୋଶଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାନରଦନ ସିଂ, ଜିତୁ ନାଏକ, ମିଳାପ ମେହେର, ସାଗର ଥପା, ବିଜୁ ସିଂ, ସଚି ମେହେର, ବିଟୁ ମିତ୍ତଲ, ତେଜୁ ମେହେର, ଗୋବିନ୍ଦ ସିଂ, ରବି ନାଏକ, ସୁଶାନ୍ତ ମେହେର, ହାଡୁ ଥପା, ସୋମନାଥ ଗୁରୁ ପ୍ରମୁଖ କୋଶଲ ପ୍ରେମୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 4 =