ଜିଲ୍ଲାସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

0 83

ଫୁଲବାଣୀ:୨ ଦିନିଆ ଜିଲ୍ଲା ସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଏସ୍‌.ବି.ଆଇ., ଆର୍‌. ସେ.ଟି. ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଅଶୋକ କୁମାର ତ୍ରିପାଠୀଙ୍କର ପୌରହିତ୍ୟରେ ୧୦ ଜଣ ଅଗ୍ରଣୀ ଛାଗ ଚାଷୀ ଘୁ.ଉଦୟଗିରି ଅନ୍ତର୍ଗତ ଏବଂ ଆକାଂକ୍ଷା ଜିଲ୍ଲା ଅଧିନସ୍ଥ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ସମାପନ ହୋଇଅଛି । ଦ୍ୱିତୀୟ ଦିନରେ ଚିପିଲିମାଠାରେ ଅବସ୍ଥିତ ଛାଗ ପ୍ରଜନନ କେନ୍ଦ୍ରରେ ଏକ୍ସପୋଜର୍‌ ଭିଜିଟ୍‌ର ବ୍ୟବସ୍ଥା କାର୍ଯ୍ୟକ୍ରମ ରହିଥିଲା । ଜିଲ୍ଲା ପ୍ରଶିକ୍ଷଣ ସଂଯୋଜିକା ଡଃ ଅଳକା ପଟ୍ଟନାୟକଙ୍କର ଉଦ୍ୟମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଛି । ମାନବ ସମ୍ବଳ ଭାବରେ ଡଃ ସନ୍ତୋଷ କୁମାର ପଟ୍ଟନାୟକ, ଏ.ଡି.ଭି.ଓ. (ଡି.ସି.), ଡଃ ମନୋଜ କୁମାର ସାହୁ, ଡି.ଡି., ଫୁଲବାଣୀ,ଡଃ ରଞ୍ଜନ କୁମାର ସାହୁ, ଏ.ଡି.ଭି.ଓ. (ଏଲ୍‌.ପି.), ଏବଂ ଡଃ ପ୍ରଶାନ୍ତ କୁମାର ମହାଲିକ, ଫାର୍ମ ମ୍ୟାନେଜର୍‌, ଜି.ବି.ଏଫ୍‌. ଆଦି ଯୋଗ ଦେଇ ଚାଷୀମାନଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହୋଇଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କର ଜୀବନ, ଜୀବିକାରେ ନିଶ୍ଚିତ ରୂପେ ପରିବର୍ତ୍ତନ ଆସିବ ବୋଲି ପ୍ରାଣୀ ସମ୍ପଦ ବିକାଶ ବିଭାଗ, କନ୍ଧମାଳ ଆଶା ପ୍ରକଟ କରିଅଛି ।

hiranchal ad1
Leave A Reply

Your email address will not be published.

1 + ten =