୧୯ରେ ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୨୨ରେ ପଶ୍ଚିମଓଡିଶା ଗସ୍ତ ଓ ଜନ ଆଶୀର୍ବାଦ ଯାତ୍ରା

0 147

କଣ୍ଟାବାଞ୍ଜି : ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଶ୍ୱିନୀ ବୈଷ୍ଣବ ଆସନ୍ତା ୧୯ ତାରିଖରୁ ଓଡିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି । ଏହି ସମୟରେ ସେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ବୁଲିବା ସହ ଆଶୀର୍ବାଦ ଯାତ୍ରାରେ ଅଂଶଗ୍ରହଣ କରିବେ । ଏ ସଂପର୍କରେ ପୂର୍ବତନ କୁଚିଣ୍ଡା ବିଧାୟକ ତଥା ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାୟକ ଏକ ପ୍ରେସ ବିବୃତି ଜରିଆରେ ସୂଚନା ଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପଶ୍ଚିମ ଓଡିଶା ଗସ୍ତ ଓ ଜନ ଆଶୀର୍ବାଦ ଯାତ୍ରାରେ ମୋଦି ସରକାରଙ୍କ ଭିଭିନ ଯୋଜନା ବିଷୟରେ ଆଲୋଚନା କରିବା ସଂଗେ ସଂଗେ ଖଟିକିଆ, ଆଦିବାସୀ, ଚାଷୀ ଓ ବୁଦ୍ଧି ଯିବିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ଏହି ଆଶୀର୍ବାଦ ଯାତ୍ରା ୧୯ତାରିଖ ଦିନ ଭୁବନେଶ୍ୱରରୁ ଆରମ୍ଭ ହୋଇ ରାୟଗଡା, କୋରାପୁଟ, ନବରଙ୍ଗପୁର, କେସିଙ୍ଗା ବାଟ ଦେଇ ୨୨ ତାରିଖ ଦିନ ରକ୍ଷାବନ୍ଧନ ଦିନ ବଲାଙ୍ଗୀରରେ ପହଁଚିବେ । ମନ୍ତ୍ରୀଙ୍କ ପଶ୍ଚିମ ଓ ଦକ୍ଷିଣଓଡିଶା ରେ ଆଶୀର୍ବାଦ ଯାତ୍ରା ସମୟରେ ଅନେକ ଛୋଟବଡ଼ ଗାଁ ଗସ୍ତ କରିବା ସହ ଜନ ସାଧରଣଙ୍କ ସହ ସିଧାସଳଖ ଆଲୋଚନା କରିବେ ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ସମ୍ମିଲନୀରେ ରାଜ୍ୟ ସମ୍ପାଦକ ସିନାଞ୍ଚଳ ଖରେଇ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, କୃଷକ ମୋର୍ଚ୍ଚ଼ା ସଭାପତି ଲକ୍ଷ୍ମଣ ବାଗ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ଅନନ୍ତ ଦାଶ, ସାଧାରଣ ସମ୍ପାଦକ ଅମିତ ସିଂ ମିନା, ବେଦ ବ୍ୟାସ ନାଗ, ରାଜେଶ ଅଗ୍ରୱାଲ, ଅଜୟ ଶର୍ମା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen + 1 =