ଭୁବନେଶ୍ୱର : ଆସନ୍ତା ୨୩ରୁ ବଜେଟ ଅଧିବେଶନ । ଏହାପୂର୍ବରୁ ମଙ୍ଗଳବାର ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ ବସିବାକୁ ଥିବା ବଜେଟ ଅଧିବେଶନ ପୂର୍ବରୁ ଯେଉଁ ୫ ଘଣ୍ଟା ଚାଲୁଥିଲା । ଏବେ ସେଇ ୫ ଘଣ୍ଟା ଚାଲିବ । କୋଭିଡ଼ କଟକଣାରେ ବିଧାନସଭାର ଚଳିତ ବଜେଟ ଅଧିବେଶନ ଚାଲିବ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀଙ୍କର କୋଭିଡ଼ ଟେଷ୍ଟ କରାଯିବ । ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ମିଳିବ ।