ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ବନ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀ

0 66

ସୁବର୍ଣ୍ଣପୁର: ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ମତ୍ସ୍ୟଜିବୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଗତ ଅଗଷ୍ଟ ୧୪ ତାରିଖରେ ମହାନଦୀର ବଢିପାଣିରେ ମସ୍ୟଜିବୀମାନଙ୍କ ହୁଲି ଡଙ୍ଗା ଓ ଜାଲ ପ୍ରଖର ସ୍ରୋତରେ ତଳକୁ ଭସେଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ମତ୍ସ୍ୟଜିବୀମାନଙ୍କ ପାଖରେ ଏବେ ଜାଲ ଓ ଡଙ୍ଗା ନ ଥିବାରୁ ହାତ ଉପରେ ହାତ ଦେଇ ବସିଛନ୍ତି । ଜିଲ୍ଲାର ନିମ୍ନା ଓ ଦଶରାଜପୁର ଗାଁର ମତ୍ସ୍ୟଜିବୀମାନେ ମହାନଦୀରୁ ମାଛ ମାରି ନିଜ ଜୀବନ ଜୀବିକା ନିର୍ବାହ କରି ଆସୁଛନ୍ତି ।ନଦୀ କୂଳିଆ ଗାଁ ହୋଇଥିବାରୁ ପ୍ରତିଦିନ ମତ୍ସ୍ୟଜିବୀମାନେ ମହାନଦୀ ଗର୍ଭକୁ ଯାଇ ମାଛ ମାରିଥାନ୍ତି ।ତେବେ ଗତ ମହାନଦୀର ବଢି ପାଣିରେ ମତ୍ସ୍ୟଜିବୀମାନଙ୍କ ଜାଲ ଓ ଡଙ୍ଗା ତଳକୁ ଭସେଇ ନେଇଥିବାରୁ ସେ ସଂପର୍କରେ ସେମାନେ ବାରମ୍ବାର କାର୍ଯ୍ୟାଳୟକୁ ଆସି କ୍ଷୟକ୍ଷତିର ଆକଳନକରି କିଛି ସହାୟତା ପାଇଁ ବାରମ୍ବାର ଗୁହାରୀ କରିଥିଲେ ହେଁ ସେମାନଙ୍କୁ ଅଣଦେଖା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଜାଲ ଓ ଡଂଗା ପାଇଁ ଆର୍ଥିକ ସହାୟତା ନହେଲେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଦୋହଲି ଯାଇଥିବା ଯୋଗୁଁ ତାଙ୍କୁ ସହଯୋଗ ନିହାତି ଆବଶ୍ୟକ ଥିବା ଏକ ପ୍ରେସ ବିବୃତ୍ତିରେ ଆଭିଯୋଗ କରିଛନ୍ତି ଯୁବନେତା ବଳଦେବ ପ୍ରସାଦ ବେଦବାକ । ଅପରପକ୍ଷରେ ରାଜସ୍ୱ ବିଭାଗ ସହିତ ମିଳିତ ଭାବେ ମତ୍ସ୍ୟଜିବୀଙ୍କ କ୍ଷୟକ୍ଷତିର ଆକଳନ କରାଯିବା ସହିତ ମସ୍ୟଜିବୀମାନେ ବ୍ୟବହାର କରୁଥିବା ଜାଲ, ଡଙ୍ଗା ତଥା ମାଛ ଧରିବା ପାଇଁ ବ୍ୟବହୃତ ଅନ୍ୟାନ୍ୟ ଉପକରଣର କ୍ରୟ ରସିଦ ଦେଖିବା ପରେ ଆବଶ୍ୟକ କ୍ଷତିପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବେ ବୋଲି ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

16 + thirteen =