ପାଟଣାଗଡ଼ ପୌର ନିର୍ବାଚନ: ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ମାଞ୍ଚନ ମୁଣ୍ଡା ଓ ୭ ନଂ ୱାର୍ଡ କାଉନସିଲରଙ୍କ ପାଇଁ ପ୍ରଚାର କଲେ ଜନମଞ୍ଚର ସଦସ୍ୟ

0 97

ପାଟଣାଗଡ଼ : ପାଟଣାଗଡ଼ ପୌର ନିର୍ବାଚନ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ପାଟଣାଗଡ଼ ପୌର ନିର୍ବାଚନ ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ମାଞ୍ଚନ ମୁଣ୍ଡା ଓ କାଉନସିଲରଙ୍କ ପାଇଁ ପାଟଣାଗଡ଼ ସହରର ସମସ୍ୟା ରହିଥିବା ପୋଷ୍ଟର ଲଗାଇ ଅଭିନବ ଢ଼ଙ୍ଗରେ ଆଜି ୱାର୍ଡ ନଂ ୭ ବାବାଜୀପଡ଼ା ସ୍ଥିତ କାଳାକାହ୍ନୁ ମନ୍ଦିର ସମ୍ମୁଖରେ ଆଜି ପୋଷ୍ଟର ଜନମଞ୍ଚ ପକ୍ଷରୁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଜନମଞ୍ଚ ପକ୍ଷରୁ ସହରର ସମସ୍ୟା ରହିଥିବା ଲଗାଇ ଯାଇଥିବା ପୋଷ୍ଟକୁ ଦେଖି ସଚେତନ ନାଗରିକମାନେ ନିଶ୍ଚିତ ଭାବେ ଉପଲବ୍ଧ କରି ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରତି ମତ ସାବ୍ୟସ୍ତ କରିବେ ବୋଲି କହିଛନ୍ତି ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ମାଞ୍ଚନ ମୁଣ୍ଡା । ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀ ବିଜୟ ଲାଭ କଲେ ସହର ର ସମସ୍ୟା ଦୂର କରିବା ସହ ଏକ ସ୍ୱଚ୍ଛ ନର୍ମଳ ପାଟଣାଗଡ଼ ସହର ଗଢି ତୋଳିବା ବୋଲି ଜନମଞ୍ଚ ସଦସ୍ୟ ତଥା କାଉନସିଲର ପ୍ରାର୍ଥୀ ଡିଙ୍ଗର କୁମ୍ଭାର କହିଛନ୍ତି । ଜନମଞ୍ଚ ସିଭିଲ ସୋସାଇଟି ଜନ୍ମ ନେବା ଦିନଠାରୁ ପାଟଣାଗଡ଼ ସହର ଅନେକ ସମସ୍ୟାର ସମାଧାନ ପାଇଁ ଜନମଞ୍ଚ ଜନହିତକର ପଦକ୍ଷେପ ଗ୍ରହଣ କରିଛନ୍ତି । ତେଣୁ ଜନମଞ୍ଚ କର୍ମକର୍ତ୍ତାଙ୍କୁ ସାଧୁବାଦ ଦେବାକୁ ସହ ଜନମଞ୍ଚ ର ପ୍ରାୟସକୁ ନିଶ୍ଚିତ ଭାବେ ଜନସମର୍ଥନ ରହିବ ବୋଲି ବରିଷ୍ଠ ଆଇନଜୀବୀ ଦର୍ପ ଗଞ୍ଜନ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 + eight =