ନିଖିଳ ଓଡିଶା ଆଶାକର୍ମୀ ପାଟଣାଗଡ ସଂଘ ଶାଖା ପକ୍ଷରୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା

0 210

ପାଟଣାଗଡ଼ : ଅଖିଳ ଭାରତୀୟ ଟ୍ରେଡ ୟୁନିୟନ (ଏ.ଆଇ.ଟି.ୟୁ.ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦେଶ ବିରୋଧୀ ଓ ଜନ ବିରୋଧି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ମାର୍ଚ୍ଚ ୨୮,୨୯ ଦୁଇଦିନିଆ ଭାରତର ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସମର୍ଥନ ଜଣାଇ ବଲାଙ୍ଗୀର ୟୁନିଟେଡ ଟ୍ରେଡ ୟୁନିୟନ ଶାଖା ପକ୍ଷରୁ ଜିଲ୍ଲାରେ ଭାରତ ବନ୍ଦ ଡାକରା ସମର୍ଥନ କରିବାକୁ ଆହ୍ୱାନ କରାଯାଇଛି । ଏହାକୁ ସମର୍ଥନ ଜଣାଇ ନିଖିଳ ଓଡିଶା ଆଶାକର୍ମୀ ପାଟଣାଗଡ ସଂଘ ପକ୍ଷରୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଗରେ ଧାରଣା ଦିଆଯାଇଛି । ସଂଘ ର ଜିଲ୍ଲା ସ଼଼ଂଯୋଜକ ଦିଲିପ୍‌ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣା କେନ୍ଦ୍ର ସରକାରଙ୍କ ମାରଣାନୀତି ଉପରେ ବିଭିନ୍ନ ନାରାବାଜି ଦେବା ସହ କେନ୍ଦ୍ର ସରକାର ମାଁ ଓ ଶିଶୁ ମାନଙ୍କ ଯତ୍ନ ନେବା ସହ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ଯୋଜନା ପ୍ରଣୟନ କଲେ, ସେହି ଯୋଜନାରେ ଶେଷ ହେବା କର୍ମୀ ଚାରୀ ଭାବେ ଆଶାକର୍ମୀଙ୍କୁ ନିଯୁକ୍ତି ଦେଲେ । ମାଁ ଓ ଶିଶୁ ମୃତ୍ୟୁ ହାର କମାଇବା ସହ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଜୀବନକୁ ବାଜି ଲଗାଇ ନିଜ ପରିବାରକୁ ପଛରେ ଦେଶର ସ୍ୱାସ୍ଥ୍ୟସେବା ରେ ଉନ୍ନତି ଆଣିଲେ ଆଶା କର୍ମୀ । ସମସ୍ତ ରୋଗର ସଚେତନତା ଦାୟିତ୍ୱ ଆଶାକର୍ମୀ ଉପରେ ନ୍ୟସ୍ତ କରାଗଲା ବୋଲି ଦୃଢେ଼ାକ୍ତି ପ୍ରକାଶ ପାଇଥିଲା । ମହାମାରୀ କୋଭିଡ ସମୟରେ ପ୍ରତିହତ କରିବା ପାଇଁ ଆଶାକର୍ମୀ ମାନେ ବ୍ରଜ ଶପଥ ନେଇ କୋଭିଡ ହଟିବ ଆମେ ଜିତିବୁ । ଅନେକ ସମସ୍ୟା ସତ୍ତେ୍ୱ୍ୱ କୋଭିଡ ପରାଜିତ କରିବାପାଇଁ ଆଶାକର୍ମୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସଂଘ ପକ୍ଷରୁ ଦାବି କରାଯାଇଥିଲା । ଆଶା କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ଦିଆଯାଉ, ଦରମା ବୃଦ୍ଧି କରାଯାଉ ଦାବି ପୂରଣ ନହେଲେ ତିବ୍ରତର ଆନ୍ଦୋଳନ କରିଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ଡ଼ାକ୍ତରଖାନାରେ ଆଶାକର୍ମୀ ମାନଙ୍କୁ ଉପଯୁକ୍ତ ବ୍ୟବହାର ଦିଆଯାଉ ଆଦି ୧୨ ଦଫା ଦାବି କରାଯାଇଥିଲା । ଧାରଣା ସ୍ଥଳରେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡଃ ସଂଜୟ କୁମାର ମେହେର ଯାଇ ଆଶାକର୍ମୀ ମାନଙ୍କ ଦାବି ଗୁଡ଼ିକ ପୂରଣ ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ପାଟଣାଗଡ ଶାଖା ଜିଲ୍ଲା ସଂଯୋଜୀକା ଆନନ୍ଦିନୀ ବିଶ୍ୱାସ, ସଭାନେତ୍ରୀ ଲଲିତା ବାଗ, ପୁଷ୍ପାଞ୍ଜଳି ଚୌଧୁରୀ , ମଥୁରା କାଲସାଏ ,ସାଧବୀ ମହାନନ୍ଦ, ସଂପାଦିକା ଉର୍ବଶୀ ସାହୁ ,ସହ ସଂପାଦିକା ସଂଗିତା ହରିପାଲ , କୋଷାଧ୍ୟକ୍ଷ ତପସ୍ୱିନୀ ସେଠ, କୌଶଲ୍ୟା ମେହେର, କୁନ୍ତୀ କୁମ୍ଭାର, କାହ୍ନୁ ଲାଲ୍‌ ଦତ୍ତ , ବାସନ୍ତୀ କୁଅଁର,ସୁରଦିନୀ ପ୍ରଧାନ, ସଂଯୁକ୍ତା ସାହୁ , ସୁକାନ୍ତି ବର୍ଗତ୍ତି, ତ୍ରିବେଣୀ କୁମ୍ଭାର, ପ୍ରତିମା ସରାଫ, ସରୋଜିନୀ ରଣା, ଜ୍ୟୋତ୍ସ୍ନାମୟୀ ସାହୁ, ସରୋଜିନୀ ରଣା,ରାଶେଶ୍ୱରୀ ଫରିକାର, ଡମନୀ ସାହୁ ପ୍ରମୁଖଙ୍କ ସମେତ ଶତାଧିକରୁ ଉର୍ଦ୍ଧ୍ୱ ଆଶାକର୍ମୀ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

six + 5 =