ଜହ୍ନାପଙ୍କ : ଶ୍ରାବଣର ଦ୍ୱିତୀୟ ସୋମବାର ଚଳ ଚଞ୍ଚଳ ଓଡିଶାର ଐତିହାସିକ ପ୍ରମୁଖ ଶୈବ ପୀଠ ଗନ୍ଧରାଢୀ ଓ ଦୀର୍ଘ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ମନ୍ଦିରକୁ ଯିବାପାଇଁ ବାରଣ କରାଯାଇଥିଲା । ଏବର୍ଷ କଟକଣା କୋହଳ ଯୋଗୁଁ ୨ ବର୍ଷ ପରେ ହେବ ଭକ୍ତ ଭଗବାନଙ୍କ ମିଳନ ଓ ଅନେକ ଉତ୍ସାହ ଅନେକ ଉଦ୍ଦୀପନା, କରୋନା କଟକଣା ପରେ ସ୍ୱଭାବିକ ହେଲା ବୋଲବମ ଯାତ୍ରା । ଆଉ ଏଇଥି ପାଇଁ ବିପୁଳ ସଂଖ୍ୟାରେ କାଉଡିଆଙ୍କ ସମାଗମ ଓ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତଥା ଜିଲ୍ଲା ବାହାରୁ ବି ଭକ୍ତଙ୍କ ଭିଡ଼ ଓ ବୋଲବମ, ହର ହର ବମ ନାରାରେ ପ୍ରାକମ୍ପିତ ହେଉଛି ସମଗ୍ର ଅଂଚଳ ଓ ସ୍ୱୟଂମ୍ଭୁ ଶିବ ସିଦେ୍ଧଶ୍ୱରଙ୍କ ଦର୍ଶନ ତଥା ଜଳ ଲାଗି କରି ନିଜର ମନୋବାଞ୍ଛା ପୂରଣ କରିବାକୁ ଭକ୍ତଙ୍କ ଭିତରେ ପ୍ରବଳ ଉତ୍ସୁକତା… ସେଇଥିପାଇଁ ତ ଦିନ ରାତି ଶିବ ନାମ ଜପ କରି ନିଜ ନିଜ ଅଂଚଳରୁ ଜଳ ଆଣି ବାବାଙ୍କୁ ଜଲଲାଗି କରିବେ । ତେବେ ଏଥିପାଇଁ ପ୍ରାତଃ ୪ ଟାରୁ ଧାଡିରେ ଘଣ୍ଟା ଘଣ୍ଟା ଅପେକ୍ଷା କେତେବେଳେ ପାଳି ଆସିବ.. କେତେବେଳେ ଭକ୍ତ ତାର ଇପ୍ସିତ ମନୋସ୍କାମନା ପାଇଁ ଭଗବାନଙ୍କ ଠାରେ ଗୁହାରି କରିବ… ଦିନ ନାହିଁ ରାତି ନାହିଁ ଅହର୍ନିସି ଶିବ ନାମଜପି, କାନ୍ଧରେ ବାହୁଙ୍ଗୀ, ଗେରୁଆ ବସ୍ତ୍ର ପରିଧାନ କରି ରୀତି ନୀତି ଅନୁସାରେ ଜଳ ଲାଗି କରିବାକୁ ଆସୁଛନ୍ତି ଦୂର ଦୁରାନ୍ତରୁ । ତେବେ ପ୍ରବଳ ଗହଳି ସତ୍ତେ୍ୱ ଜିଲ୍ଲା ପ୍ରଶାସନ ତରଫରୁ ଶାନ୍ତିଶୃଙ୍ଖଳା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଯାତ୍ରୀ ବିଶ୍ରାମଗାର ଥିଲେ ମଧ୍ୟ ଖୋଲା ନଥିବାରୁ ବୋଲ ବୋମ ଭକ୍ତ ଆଶ୍ରୟ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଆଗକୁ ଆଉ ୨ଟି ସୋମବାର ପଡୁଥିବା ବେଳେ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ରହିବ ଦେଖିବାକୁ ବାକି ରହିଲା ।