ଫୁଲବାଣୀରେ ମହାସମାରୋହରେ ରଥଯାତ୍ରା ପାଳିତ

0 278

ଫୁଲବାଣୀ:ହିନ୍ଦୁ ଧର୍ମରେ ଜଗନ୍ନାଥ ରଥ ଯାତ୍ରାର ମହତ୍ୱ ରହିଛି । ଏହି ଉତ୍ସବ ବଡ଼ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ଭଗବାନ କୃଷ୍ଣଙ୍କୁ ପୂଜା କରିବା ପାଇଁ ଉତ୍ସର୍ଗୀକୃତ । ଉତ୍ସବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିଲା । ସେହି ପରମ୍ପରାକୁ ବଜାୟ ରଖି ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଘୋଷଯାତ୍ରା । ଗତକାଲି ସକାଳ ସମସ୍ତ ପ୍ରକାର ରୀତିନୀତି ପୂଜା ଅର୍ଚ୍ଚନା ପରେ କନ୍ଧମାଳ ଜିଲ୍ଲାପାଳଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିମନ୍ତ୍ରିତ କରାଯାଇଥିଲା । ୯:୪୫ ମିନଟ ସମୟରେ ତିନି ଠାକୁରଙ୍କୁ ପହଣ୍ଡି କରି ରଥାରୂଢ କରାଯାଇଥିଲା । ପରେ ଜିଲ୍ଲାପାଳ ଆଶିଶ ଇଶ୍ୱର ପାଟିଲ ଛେରା ପହଁରା କାର୍ଯ୍ୟ କରିଥିଲେ ।
୨ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ଜିଲ୍ଲାରୁ ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱେଚ୍ଛାସେବୀ ବାହିନୀ ଦ୍ୱାରା ଲୋକ ମାନଙ୍କ ଉପରେ ପାଣି ସିଞ୍ଚନ କରାଯାଉଥିବା ବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ତରଫରୁ ଭକ୍ତମାନଙ୍କ ପାଇଁ ପାନୀୟ ଜଳ ଓ ପଣା ବଣ୍ଟନ କରାଯାଇଥିଲା । ବାଦ୍ୟ ଓ ନୃତ୍ୟ ଘଣ୍ଟର ତାଳେ ତାଳେ ରାତ୍ର ୧୦ରେ ମାଉସୀ ମା ମନ୍ଦିରରେ ପହଞ୍ଚି ଥିଲେ । ଉପ ଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳନା କମିଟିର ସଭାପତି ସୁନାଶିର ମହାପାତ୍ର,ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ଶରତ ସାହୁ, ଶଙ୍କର ବେହେରା, ଆଇନଜୀବୀ ରଜତ କୁମାର ମହାନ୍ତି ଓ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eight + eight =