ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଜ୍ଞାନ ବିଜ୍ଞାନ ମେଳା

0 66

ପାରଳାଖେମୁଣ୍ଡି : ଶନିବାର ଦିନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ସଭାପତି ଡ଼ଃ. ଶଙ୍କର ପ୍ରସାଦ ବକ୍ସି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଆଜିର ବିଜ୍ଞାନ ମେଳାରେ ମୋଟ ୯୨ ପ୍ରକଳ୍ପ,୧୦ଟି ପ୍ରୟୋଗ ,୨୫ଟି ନୂତନ ପ୍ରୟୋଗ ସହିତ ଶିଶୁ ବର୍ଗ, ବାଲ୍‌ ବର୍ଗ, କିଶୋର ବର୍ଗରୁ ମୋଟ ୨୭ଜଣ ପ୍ରତିଯୋଗୀ ବୈଦିକ ଗଣିତ ଓ ବିଜ୍ଞାନ ପ୍ରଶ୍ନମଞ୍ଚରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ମୁଖ୍ୟ ଅତିଥି ରୂପେ ମହେନ୍ଦ୍ରଗିରି ମ୍ୟୁନିସିପାଲ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ମନୋଜ କୁମାର ପଣ୍ଡା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଏଥିରେ ଅନୁଷ୍ଠାନର ସହ-ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ, ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟା ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀ, ଶ୍ରୀମାନ ଦେବୀ ପ୍ରସାଦ ପଟ୍ଟନାୟକ ଓ ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ । ଏହି ଅବସରରେ ଗଜପତି ଜିଲ୍ଲାର ସରକାରୀ ବିଦ୍ୟାଳୟର ୯ଜଣ ପ୍ରମୁଖ ବିଜ୍ଞାନ ଶିକ୍ଷକ ବିଚାରକ ଭାବେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 × five =