ଏକ ଭିନ୍ନ ପରମ୍ପରା:କାର୍ତ୍ତିକରେ କଳାସି ଯାତ୍ରା

0 109

ଜହ୍ନାପଙ୍କ :ମହିଷାସୁର ମର୍ଦ୍ଦିନି ମା ଦୁର୍ଗା ।ବିଭିନ୍ନ ନାମରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ରୂପ ନେଇ ପୂଜା ପାଉଛନ୍ତି ମା । କେଉଁଠି ମା ଶୈଳପୁତ୍ରୀ, ଗୌରୀ, ପାର୍ବତୀ, କାତ୍ୟାୟନି, ରୁଦ୍ରାଣି,ଭବାନୀ, ଅମ୍ବିକା ତ କେଉଁଠି ଶିବ ଉମା, ଚଣ୍ଡିକା, କାଲିସି(କଳାସି) ଦେବୀ ଅନ୍ୟତମ । ଦେବୀଙ୍କ ଯାତ୍ରାକୁ କୁହାଯାଏ କଳାସୀ ଯାତ୍ରା । କେଉଁ କାଳରୁ ଏକ ପରମ୍ପରା ଭାବେ ପାଳିତ ହୋଇ ଆସୁଥିବା ଏହି ଯାତ୍ରାରେ ଶରୀରରେ ଦେବୀଶକ୍ତି ପ୍ରବେଶ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥାଏ । ଯାହାଙ୍କ ଶରୀରରେ ଦେବିଶକ୍ତି ପ୍ରବେଶ କରେ ତାଙ୍କୁ ବରୁଆ କୁହାଯାଏ । ମାନସିକ ପୂରଣ ପାଇଁ ଭକ୍ତ ମାନେ ବରୁଆଙ୍କ ଆଶିଷ ନିଅନ୍ତି ଏବଂ ଆଶିଷ ନେବା ପରେ ମାନସିକ ପୂରଣ ହେଉଥିବା ମଧ୍ୟ ଭକ୍ତ କହନ୍ତି । ଏହା ସାଙ୍ଗକୁ ବରୁଆଙ୍କ ବିଭିନ୍ନ ଅଲୌକିକ ଘଟଣା ଲୋକଙ୍କୁ ସ୍ଥମ୍ଭିଭୂତ କରି ପକାଏ । କାହିଁ କେତେ ବର୍ଷରୁ ଏକ ଅନନ୍ୟ ପରମ୍ପରା ଭାବେ ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତର ଚନ୍ଦ୍ରପୁର, ତେଲିବନ୍ଧ, ଲଷ୍ମୀପ୍ରସାଦ ପଂଚାୟତର ଜଗତି, ପଦ୍ମନପୁର ପଂଚାୟତର ବଡ଼ଖଲିଗାଁ, ବୁଢ଼ୀପଦର, ମୁଣ୍ଡାପଡା ପଂଚାୟତର ଖମାରିପଡ଼ା, ବଢିଗା ପଂଚାୟତର ଗିରାଶିଙ୍ଗା, ବନ୍ଧାପଥର ପଂଚାୟତର ସଦର ମହକୁମାରେ କଳାସି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ପୂର୍ବ ଅପେକ୍ଷା ବର୍ତ୍ତମାନ ଏହି ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଗ୍ରାମର ଯୁବକମାନେ ଯାତ୍ରା ପରିବେଷଣ କରୁଛନ୍ତି । ଫଳରେ ଦର୍ଶକ ସକାଳ ପର୍ଯ୍ୟନ୍ତ ଏହି ଯାତ୍ରା ଦେଖି ମନୋରଞ୍ଜନ କରିଥାନ୍ତି । ଏହି ଯାତ୍ରା ଦିନ ଗାଁ ର ଯେତେ ଝିଅ କିମ୍ବା ଚାକିରୀ କରୁଥିବା ବ୍ୟକ୍ତି ନିଜ ଗାଁକୁ ଫେରିଥାନ୍ତି । ସମସ୍ତେ ନୂଆ ପୋଷାକ ପିନ୍ଧି ବିଭିନ୍ନ ପ୍ରକାରର ପିଠା କରି ଯାତ୍ରାର ମଜା ନିଅନ୍ତି । ତେବେ ବର୍ତ୍ତମାନ ଆଧୁନିକ ଯୁଗରେ ଏସବୁ ଯାତ୍ରାପର୍ବରେ ଆଉ ଆଗ ଭଳି ଗହଳି ଦେଖିବାକୁ ମିଳୁନାହିଁ । ଦିନକୁ ଦିନ ଖର୍ଚ୍ଚ ବଢିଚାଲୁଥିବାବେଳେ ସରକାରୀ ପ୍ରୋତ୍ସାହନ ଯଦି ମିଳନ୍ତା ତେବେ ଏହି ଯାତ୍ରା ତାର ପୂର୍ବ ଗାରିମା ଫେରି ପାଇବ ।

hiranchal ad1
Leave A Reply

Your email address will not be published.

three + eight =