ପୁତୁଡି ଜଳପ୍ରପାତରେ ଦୁର୍ଘଟଣା, ଆହତ ଯୁବକ ଅଗ୍ନିଶମ ବାହୀନି ଓ ଟିମ ହ୍ୟୁମାନିଟିର ସହାୟତାରେ ଉଦ୍ଧାର

0 143

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଜଳ ପ୍ରପାତ ପୁତୁଡିଠାରେ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ବାବରେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଫୁଲବାଣୀ ଅଗ୍ନିଶମ ବାହିନୀ ଏବଂ ଫୁଲବାଣୀ ଟିମ ହ୍ୟୁମାନିଟିର ସଦସ୍ୟ ମାନଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଆହତ ଯୁବକ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ବଲସକୁମ୍ପା ଅଂଚଳର ସିଦ୍ଧାନ୍ତ କୁମାର (୨୬) ବୋଲି ଜଣାପଡିଛି । ସେ ଫୁଲବାଣୀ ଭାରତୀୟ ଷ୍ଟେଟବ୍ୟାଙ୍କ ଫୁଲବାଣୀ ଶାଖାରେ ଜଣେ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି । ଆଜି ଅପରାହ୍ନରେ ସେ କିଛି ବ୍ୟାଙ୍କ କର୍ମଚାରୀମାନଙ୍କୁ ନେଇ ପୁତୁଡି ଜଳ ପ୍ରପାତ ଦେଖିବାକୁ ଯାଇଥିଲେ । ସେଠାରେ ଫଟୋ ଉଠାଇବା ବେଳକୁ ଅସାବଧାନତା ବସତଃ ତାଙ୍କ ଗୋଡ ଖସି ଯିବାରୁ ସେ ବହୁତ ଉଚ୍ଚରୁ ତଳକୁ ଖସି ପଡିଥିଲେ । ଫଳରେ ତାଙ୍କର ଗୋଟିଏ ଗୋଡର ଜଙ୍ଘର ହାଡ ଭାଙ୍ଗି ଯାଇଥିଲା । ତେଣୁ ସେ ପହଁରା ଜାଣିଥିଲେ ମଧ୍ୟ ପାଣିରୁ ଉଠି ପାରିନଥିଲେ । ସେହି ଜାଗାରେ ମୋବାଇଲ ନେଟୱର୍କ ନ ଥିବାରୁ ପାଖରେ ଥିବା ଅଫିସର ମାନେ କାହାରିକୁ ଯୋଗାଯୋଗ କରିବା ପାଇଁ ଘଟଣା ସ୍ଥଳରୁ ପ୍ରାୟ ୪ କିମି ରାସ୍ତା ଚାଲିଚାଲି ଆସି ଫୁଲବାଣୀ ଅଗ୍ନିଶମ ବାହିନୀକୁ ଏବଂ ଟିମ ହ୍ୟୁମାନିଟିକୁ ଯୋଗାଯୋଗ କରିଥିଲେ । ଉଭୟ ଅଗ୍ନିଶମ ବାହିନୀ ଏବଂ ଟିମ ହ୍ୟୁମାନିଟିର ସଦସ୍ୟମାନେ ସେଠାରେ ପହଂଚି ଯୁବକଙ୍କୁ ଉଦ୍ଧାର କରି ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ଟିମ ହ୍ୟୁମାନିଟିର ସଦସ୍ୟ ଭି.ଜଗନ୍ନାଥ ରାଜୁ,ଅରବିନ୍ଦ ବେହେରାଙ୍କ ସମେତ ଫୁଲବାଣୀ ଡ୍ରାଇଭର ସଂଘର ସଦସ୍ୟ ଏବଂ ଅଗ୍ନିଶମ ମାହିନୀର କର୍ମଚାରୀ ମାନେ ସହେଯାଗ କରିଥିଲେ ।

hiranchal ad1
Leave A Reply

Your email address will not be published.

20 − nineteen =