ବୀରାମଚନ୍ଦ୍ରପୁର ଗ୍ରାମରେ ୫୯ ଶୀତଳ ଷଷ୍ଠୀ ଯାତ୍ରା ପାଳିତ

0 233

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବୀରାମଚନ୍ଦ୍ରପୁର ଗ୍ରାମରେ ଦୀର୍ଘ ୫୯ବର୍ଷ ହେବ ବାବା ଶୁବର୍ଣ୍ଣେଶ୍ୱରଙ୍କ ମାତା ପାର୍ବତୀଙ୍କ ସହିତ ବିବାହ କାର୍ଯ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି ।
ଭଗବାନ ମହାଦେବଙ୍କ ପିତା ଜୀବର୍ଦ୍ଧନ ଗଇନ୍ଦ୍ର ହୋଇଥିବା ବେଳେ ମାତା ପାର୍ବତୀଙ୍କ ପିତା ଶୁଶିଳ ମିଶ୍ର ହୋଇଥିଲେ । ମହାଆଡମ୍ବର ଶହିତ ଶଙ୍କର ଭଗବାନଙ୍କ ବରଯାତ୍ରୀ ବୀରନରସିଂହପୁରଠାରୁ ବାହାରି ବିରାମଚନ୍ଦ୍ର ଗ୍ରାମରେ ପହଞ୍ଚିଥିଲେ । ଶଙ୍କର ଭଗବାନଙ୍କୁ କନ୍ୟା ପିତା ବରଣ କରି ବିବାହ ବେଦୀକୁ ପାଛୋଟି ନେଇଥିଲେ । ତାପରେ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ହୋଇଥିଲା । ପଣ୍ଡିତ ଚିତରଞ୍ଜନ ମିଶ୍ରଙ୍କ ଦ୍ୱାରା ବିବାହ କାର୍ଯ୍ୟ ସଂପନ୍ନ କରାଯାଇଥିଲା । ତାପର ଦିନ ମାତା ପର୍ବତିଙ୍କୁ ତାଙ୍କ ଶାଶୁ ଘରକୁ ବିଦାୟ ଦିଆଯାଇଥିଲା । ଏହି ଯାତ୍ରା ପ୍ରତିବର୍ଷ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଦୁଇଦିନ ଧରି ପାଳନ କରାଯାଏ । ଗ୍ରାମର ଯୁବକ ସଂଘ ପକ୍ଷରୁ ଦୁଇ ଦିନ ଧରି “ସୁଖ ସାତପର ଦୁଃଖ ନିଜର’ ଓ “ଅକୁହା କାହାଣୀ ଶୁଣିବ କିଏ “ଅପେରା କରାଯାଇଥିଲା । ଗ୍ରାମର ସଭାପତି ବୁଦ୍ଧି ସାଗର ମିଶ୍ର ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ହୋଇଥିଲା ।

hiranchal ad1
Leave A Reply

Your email address will not be published.

3 × 3 =