ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ

0 279

ଭୁବନେଶ୍ୱର: ସଚିବ ସ୍ତରୀୟ ବୈଠକରେ ଆସିଲା ବଡ଼ ନିଷ୍ପତ୍ତି। ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ। ଅପାରଗ , ଅଯୋଗ୍ୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନିଦ୍ଦେର୍ର୍ଶ ଦିଆଯାଇଛି। ଏନେଇ ସବୁ ବିଭାଗର ପ୍ରମୁଖ ସଚିବ ଓ ACSଙ୍କୁ ଚିଠି ହୋଇଛି। GA ବିଭାଗର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜୋର୍‌ ଦେଇଛନ୍ତି। ସରକାରୀ ଅଧିକାରୀ ବା କର୍ମଚାରୀମାନଙ୍କ କାର୍ଯ୍ୟକୁ ବିଭାଗର ବିଭିନ୍ନ ସ୍ତରରେ ସମୀକ୍ଷା କରାଯିବ। ଏଥିସହିତ ସରକାରୀ କାର୍ଯ୍ୟ ଠିକ୍‌ ଭାବରେ ସମ୍ପାଦନ କରୁନଥିବା ଅପାରଗ ଏବଂ ଆଯୋଗ୍ୟ ଅଧିକାରୀ ବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦେଶ ଦିଆଯାଇଛି। ଠିକ ସମୟରେ ଅଫିସ ଆସିବା ଉପରେ ବି ଗୁରୁତ୍ୱାରୋପ କରାଯାଇଛି। ତେବେ ଜୁଲାଇ ୩୧ ସୁଦ୍ଧା ଖାଲି ପଦବୀର ତଥ୍ୟ ଦେବାକୁ ନିର୍ଦେଶ ଦିଆଯାଇଛି।

hiring

ଅନ୍ୟପଟେ ବଢ଼ିବ ପ୍ରାଶାସନିକ ଅଧିକାରୀଙ୍କ ଦକ୍ଷତା। ସବୁ ବିଭାଗରେ ନିଯୁକ୍ତ ହେବେ ଏଷ୍ଟାବ୍ଲିସମେଣ୍ଟ ଅଫିସର। ସତନ୍ତ୍ର ବା ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ମିଳିବ। ବଦଳି, ନିଯୁକ୍ତି, ପେନସନ, କାର୍ଯ୍ୟାନୁଷ୍ଠାନ କରିବେ ଅଧିକାରୀ।

hiranchal ad1
Leave A Reply

Your email address will not be published.

nineteen − 5 =