ବୁଲୁରା ପ୍ରାଥମିକ ବିଦ୍ୟାଳୟରେ ଶୁଭାରମ୍ଭ ହେବ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର

0 75

ହରଭଙ୍ଗା : ବୌଦ୍ଧ ଜିଲ୍ଲା ଉପାନ୍ତ ଅଂଚଳର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଳେଇ ପଞ୍ଚାୟତର କାର୍ଯ୍ୟକ୍ଷମ ହେଉନଥିବା ବୁଲୁରା ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ୨୧/୮/୨୦୨୩ ପତ୍ର ସଂଖ୍ୟା ୫୦୪ ରେ ଉକ୍ତ ସ୍ଥାନରେ ୭ଦିନ ମଧ୍ୟରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଖୋଲିବା ପାଇଁ ହରଭଙ୍ଗା ସିଏଚଓଙ୍କୁ ନିର୍ଦ୍ଦେଶ ହୋଇଥିବା ଜଣାପଡିଛି । ପ୍ରକାଶ ଥାଉକି ଅଞ୍ଚଳର ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ ବୁଲୁରା ଠାରେ ଏକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଖୋଲିବା ପାଇଁ ଅଞ୍ଚଳର ଜନସାଧାରଣ ସ୍ଥନୀୟ ନେତା, ମନ୍ତ୍ରୀଙ୍କୁ ପୂର୍ବରୁ ଅନେକ ଥର ଗୁହାରି କରିଥିଲେ । ପରିଶେଷରେ ବୁଲୁରା ପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଆସିଥିବା ଜଣାପଡିବା ପରେ ଅଞ୍ଚଳର ଜନସାଧାରଣ ଖୁସିବ୍ୟକ୍ତ ଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

3 × 4 =