ପଣ୍ୟ କାରବାରରେ ୧ ନମ୍ବର ସ୍ଥାନ ହାସଲ କଲା ପାରାଦୀପ ବନ୍ଦର

0 148

ପାରାଦୀପ : ଗତ ଆର୍ଥିକ ବର୍ଷ ୨୦୨୩-୨୪ ରେ ଅବିଶ୍ୱାସନୀୟ ୧୪୫.୩୮ ନିୟୁତ ମେଟ୍ରିକ ଟନ ପଣ୍ୟ କାରବାର କରି ପାରାଦୀପ ବନ୍ଦର ଦେଶର ବୃହତ ବନ୍ଦର ମଧ୍ୟରେ ୧ ନମ୍ବର ସ୍ଥାନ ହାସଲ କରିଛି । ଏହି ନୂତନ କୀର୍ତ୍ତିମାନ ସହିତ ପାରାଦୀପ ବନ୍ଦର କାଣ୍ଡଲା ବନ୍ଦରକୁ ପଛରେ ପକାଇ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । ବନ୍ଦର ଟ୍ରାଫିକ ଚଳାଚଳର ୫୬ ବର୍ଷ ଇତିହାସରେ ଏହା ପ୍ରଥମ । ବିଗତ ଆର୍ଥିକ ବର୍ଷ ତୁଳନାରେ ବନ୍ଦର ପଣ୍ୟ କାରବାରର ୧୦.୦୨ ନିୟୁତ ମେଟ୍ରିକ ଟନ ବା ୭.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଉପକୂଳ ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦର ଅଦ୍ୟାବଧି ସର୍ବାଧିକ ୫୯.୧୯ ନିୟୁତ ମେଟ୍ରିକ ଟନ ପଣ୍ୟ କାରବାର କରିଛି । ଉପକୂଳ ତାପଜ କୋଇଲା ପଣ୍ୟ କାରବାର ୪୩.୯୭ ନିୟୁତ ମେଟ୍ରିକ ଟନରେ ପହଞ୍ଚିଛି ଯାହାକି ବିଗତ ଆର୍ଥିକ ବର୍ଷ ତୁଳନାରେ ୪.୦୨ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ସେହିପରି ବନ୍ଦରର ବର୍ଥ ଉତ୍ପାଦନ ବିଗତ ବର୍ଷ ତୁଳନାରେ ୬.୩୩ ପ୍ରତିଶତ ବୃଦ୍ଧି ପାଇ ଦୈନିକ ୩୩.୦୧୪ ମେଟ୍ରିକ ଟନ ରେ ପହଞ୍ଚିଛି,ଯାହାକି ବୃହତ ବନ୍ଦର ମଧ୍ୟରେ ଏହା ସର୍ବାଧିକ । ଏହି ସମୟରେ ପାରାଦୀପ ବନ୍ଦରରେ ସର୍ବାଧିକ ୨୭୧୦ ଟି ଜାହାଜ ଗମନାଗମନ କରିଛି ଯାହା ବିଗତ ଆର୍ଥିକ ବର୍ଷ ଠାରୁ ୧୩.୮୨ ପ୍ରତିଶତ ଅଧିକ । ସେହିପରି ଯାନ୍ତ୍ରିକ କୋଇଲା ହ୍ୟାଣ୍ଡଲିଙ୍ଗ ପ୍ଲାଣ୍ଟରେ ସର୍ବାଧିକ ୨୭.୧୨ ନିୟୁତ ମେଟ୍ରିକ ଟନ କୋଇଲା ପରିଚାଳନା ହୋଇଛି । ବ୍ୟବସାୟିକ ଅଭିବୃଦ୍ଧି ପାଇଁ ପାରାଦୀପ ବନ୍ଦରରେ ପଣ୍ୟ ପରିଚାଳନା ମୂଲ୍ୟ ୨୦୨୨ ମସିହା ଠାରୁ ୩ ବର୍ଷ ନିମନ୍ତେ ସ୍ଥିର ରଖାଯାଇଛି । ଅନ୍ତରୀଣ ଆର୍ଥିକ କାରବାରରେ ବନ୍ଦରର ପରିଚାଳନାଗତ ରାଜସ୍ୱ ୨୩ ଶହ କୋଟି ଟଙ୍କା ଅତିକ୍ରମ କରିଛି ଯାହାକି ପୂର୍ବ ବର୍ଷ ତୁଳନାରେ ୧୪.୩୦ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଟିକସ ଦେବା ପରେ ପାରାଦୀପ ବନ୍ଦରର ଲାଭାଂଶ ୧୦୨୦ କୋଟି ଟଙ୍କାରେ ପହଞ୍ଚିଛି ଯାହାକି ପୂର୍ବ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ।
ତେବେ ବନ୍ଦରର ଏହି ଐତିହାସିକ ସଫଳତା ହାସଲ ପରେ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ବନ୍ଦରର ସମସ୍ତ ଅଧିକାରୀ, କର୍ମଚାରୀ ଓ ବନ୍ଦର ବ୍ୟବହାରକାରି ସଂସ୍ଥା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 19 =