ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ସମ୍ବର୍ଦ୍ଧିତ ହେଲେ ତେନ୍ତୁଳିଖୁଣ୍ଟି ବିଡିଓ, ସାମ୍ବାଦିକ ଓ ସ୍ୱେଚ୍ଛାସେବୀ

0 45

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ସଦର ମହକୁମାଠାରେ ଶନିବାର ଦିନ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ସାମ୍ବାଦିକ ଅନିଲ କୁମାର ବିଷୋୟୀ, କୃପାସିନ୍ଧୁ ନାୟକ ଓ ଅନ୍ୟ ଦୁଇ ଜଣ ସହଯୋଗୀ ସମ୍ମାନୀତ ହୋଇଥିଲେ । ତେନ୍ତୁଳିଖୁଣ୍ଟି ବ୍ଲକରେ ପଥର ସନ୍ଧିରେ ଫସି ରହିଥିବା ଏକ ବାଳକକୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ସଫଳତାର ସହ ଉଦ୍ଧାର କରିବା ପାଇଁ ଏହି ସମ୍ମାନ ଜିଲ୍ଲାପାଳ, ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ଏହା ପୂର୍ବରୁ ସକାଳ ନଅ ଘଣ୍ଟା ସମୟରେ ଏକ ସଚେତନ ପଦ ଯାତ୍ରା ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏହାକୁ ଆନୁଷ୍ଠାନିକ ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ପୌରାଧ୍ୟକ୍ଷ କୁନୁ ନାୟକ, ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସଭା ଯାତ୍ରା ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ପହଞ୍ଚିଲା ପରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜନ କରି ବିପର୍ଯ୍ୟୟ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଉପସ୍ଥିତ ଥିବା ସମସ୍ତ ମଞ୍ଚାସୀନ ଅତିଥିବୃନ୍ଦ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ମହାବାତ୍ୟାରେ ପ୍ରାଣ ହରାଇଥିବା ସମସ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଦିନ ରାଜ୍ୟରେ ଘଟିଥିବା ମହାବାତ୍ୟାକୁ ମନେ ପକାଇବା ସହ ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଜାଗ ରହି ତାର ସଫଳ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବିପର୍ଯ୍ୟୟ ସମୟରେ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ରକ୍ଷା କରିବାର ଆବଶ୍ୟକ ସଂପର୍କରେ ବୁଝାଇଥିଲେ । ମହାବାତ୍ୟା ପରେ ଓଡିଶା ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷ କରି ଧନ ଜୀବନ ସୁରକ୍ଷାରେ ଅଦ୍ଭୁତ ପୂର୍ବ ସଫଳତା ପାଇ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ କେବଳ ପ୍ରଶାସନ ନୁହେଁ ସମସ୍ତ ଜନ ପ୍ରତିନିଧି ସ୍ୱେଚ୍ଛାସେବୀ ଏବଂ ଗଣମାଧ୍ୟମର ପ୍ରତିନିଧିଙ୍କର ପ୍ରମୁଖ ଭୂମିକା ରହିଥିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ଗାଈ ଚରାଇବା ପାଇଁ ଯାଇଥିବା ଏକ ବାର ବର୍ଷର ବାଳକ ଦାମୁ ଜାନି ପଥରେ ସନ୍ଧିରେ ପଶିଯାଇ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ସମୟରେ ଖବର ପାଇ ଉପସ୍ଥିତ ବୃଦ୍ଧି ଖଟାଇ ତେନ୍ତୁଳୀଖୁଣ୍ଟି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ ଏବଂ ଆଉ ଚାରି ଜଣ ବ୍ୟକ୍ତିଙ୍କ ସହାୟତାରେ ଉକ୍ତ ବାଳକଟିକୁ ଉଦ୍ଧାର କରି ଜୀବନ ବଞ୍ଚାଇ ଥିବାରୁ ତାଙ୍କୁ ସାହସିକତା ପୁରସ୍କାର ଦେଇ ସଭାରେ ସମ୍ମାନିତ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱଚ୍‌ଛ ସାଥି,ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି କଲେକ୍ଟର ମୌସୁମୀ ନାୟକ,ପି ଏ ଆଇ ଟି ଡିଏ ବେଣୁଧର ଶବର, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ,ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ପୌର ପାଳିକା ନିର୍ବାହୀ ଅଧିକାରୀ ପ୍ରାଣ ନାଥ ସେଠ୍‌, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣ ଲତା ବିଶ୍ୱାସ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

four × five =