୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ

0 73

ଜହ୍ନାପଙ୍କ: ଓଡ଼ିଶା ସରକାରଙ୍କ ପାତରଅନ୍ତର ନୀତି ବିରୋଧରେ ରାଜ୍ୟ ସଂଘ ଡାକରାରେ ସେପ୍ଟେମ୍ବର ୧୮ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଏକ ବିରାଟ ସମାବେଶରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଛି । ଏହି ସମାବେଶ ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଢୀ କନିଷ୍ଠ କଲେଜରେ ବୌଦ୍ଧ ଜିଲ୍ଲା ୬୬୨ ବର୍ଗର କଲେଜ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସଂଘର ଏକ ଜରୁରୀ ବୈଠକ ଆବାହକ ମାନସ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସରକାରଙ୍କ ଏହି ପାତରଅନ୍ତର ନୀତିକୁ ଘୋର ବିରୋଧ କରିବା ସହିତ ଦୃଢ ନିନ୍ଦା କରିଥିଲେ ଏବଂ ଏହାର ଦୃଢ ଜବାବ ୧୮ ତାରିଖରେ ଦିଆଯିବ ବୋଲି କହିଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବଦ୍ଧପରିକର ବୋଲି ମତ ପ୍ରକାଶ କରିଥିଲେ । ଗନ୍ଧରାଢୀ କଲେଜର ଅଧ୍ୟାପକ ପ୍ରଭାତ କୁମାର ଶତପଥୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଇଂରାଜୀ ଅଧ୍ୟାପକ ଧ୍ରୁବ ଚରଣ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

sixteen − sixteen =