ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା

0 97

ଘୁ.ଉଦୟଗିରି: ଚଳିତ ବର୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାୟତ୍ତ ଶାସନ ଦିବସ ପାଳନ ନିମନ୍ତେ ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ସିନିୟର ବିଭାଗରେ କଳିଙ୍ଗ ମହାବିଦ୍ୟାଳୟ ଓ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ଏବଂ ଜୁନିଅର ବିଭାଗରେ ହବାକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମିଲମାନ ମେମୋରିଆଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । “ସମାଜ ଗଠନରେ ଯୁବ ଗୋଷ୍ଠୀଙ୍କ ଭୂମିକା’ ବିଷୟ ଉପରେ ସିନିଅର ଛାତ୍ରଛାତ୍ରୀଙ୍କ ନିମନ୍ତେ ବତ୍କୃତା ପ୍ରତିଯୋଗିତା ରହିଥିବା ବେଳେ ଜୁନିଅର ଛାତ୍ର ଛାତ୍ରୀଙ୍କ ପାଇଁ ଦୈନନ୍ଦିନ ଜୀବନରେ ସାମାଜିକ ଗଣମାଧ୍ୟମର ପ୍ରଭାବ ବିଷୟ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସେହିପରି କେବଳ ଜୁନିଅର ପ୍ରତିଯୋଗୀଙ୍କ ପାଇଁ “ସହରାଞ୍ଚଳ ସ୍ୱଚ୍ଛତା’ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅଧ୍ୟାପିକା ସୁପ୍ରିୟା ମହାନ୍ତି, ଅଧ୍ୟାପିକା ଡ.ବବିତା ପଟ୍ଟନାୟକ, ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ଏବଂ ଚିତ୍ରାଙ୍କନ ନିମନ୍ତେ ଗୁରୁଜୀ ସ୍ମୃତିରଞ୍ଜନ ବେହେରା ବିଚାରକ ଭାବେ ଉପସ୍ଥିତ ରହିଥିଲେ । ଆୟୋଜିତ ସମସ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ ପୁରସ୍କୃତ କରାଯିବାର ସୂଚନା ମିଳିଛି । ଏହି ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ କୋଡ଼ିନେଟର ପ୍ରଭାତ ରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ଏମଆଇଏସ ମୁକେଶ ରଞ୍ଜନ ନାୟକ ଓ ପରିଷଦ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 8 =