ସୁବର୍ଣ୍ଣପୁର: ଆଜି ସୋନପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆରମ୍ଭରେ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟ, ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବିଧାନର ପ୍ରସ୍ତାବନା ପୃଷ୍ଠାରୁ ଶପଥ ପାଠ କରାଇଥିଲେ । ପ୍ରାଧ୍ୟାପକ ଲେଫ୍ଟଲେଣ୍ଟ ଅନନ୍ତ ନାରାୟଣ ଦାଶ, ଅଧ୍ୟାପକ ରକି ବିଶ୍ୱାଳ, ଅଧ୍ୟାପକ ଅକ୍ଷୟ କୁମାର ସାହୁ ପ୍ରଭୁତି ସମ୍ବିଧାନର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଅଧ୍ୟାପକ ଡଃ. ସୌରଭ ରଞ୍ଜନ ଖମାରୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଲେଫ୍ଟଲେଣ୍ଟ ଆଶିଷ କୁମାର ଅଗ୍ରୱାଲ ସହାୟତା କରିଥିଲେ ।