ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଜାରି

0 135

ଭୁବନେଶ୍ବର: ଏବେ ବି ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଜାରି ରହିଛି। ଆଖୁଆପଦାରେ ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ଅଛି। ଆସନ୍ତାକାଲି ଏହା ବିପଦ ସଂକେତ ତଳକୁ ଆସିବ। ହେଲେ ଜାମସୋଲାଘାଟରେ ବର୍ଷା ଯୋଗୁଁ ରାଜଘାଟଠାରେ ସୁବର୍ଣ୍ଣରେଖା ବଢିବ। ଏନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।
ସର୍ବୋଚ୍ଚ ଯନ୍ତ୍ରୀ ଆହୁରି କହିଛନ୍ତି, କାଣୀ ନଦୀରେ ୩୦ ମିଟର ଘାଇ ହୋଇଛି। ପାଣି କମିଲେ ମରାମତି କାମ ଆରମ୍ଭ ହେବ। ହୀରାକୁଦରେ ୧୨ଟିଗେଟ ଦେଇ ଜଳ ନିଷ୍କାସନ ହେଉଛି। ୨.୧୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୨.୨୨ ଲକ୍ଷ କ୍ୟୁସେକ୍ ନିଷ୍କାସିତ ହେଉଛି। ରେଙ୍ଗାଳିରେ ୯୩% ପାଣି ଭରିବାରୁ ନଜରରେ ରଖାଯାଇଛି। ଦୁଇଟି ଗେଟ ଖୋଲା ଅଛି।ଆବଶ୍ୟକ ପଡିଲେ, ରେଙ୍ଗାଳିର ଆଉ ଏକ ଗେଟ ଖୋଲା ହେବ। ଗତକାଲି ସୁବର୍ଣ୍ଣରେଖା ବେସିନରେ ୧୭.୬୩ ମିମି ବର୍ଷା ହୋଇଛି। ଅନ୍ୟ କେଉଁଠି ୧୦ ମିମିରୁ ଅଧିକ ବର୍ଷା ହୋଇ ନଥିବାରୁ ଆଉ କେଉଁ ନଦୀରେ ବନ୍ୟା ନାହିଁ। ମୁଣ୍ଡଳୀଠାରେ ୧.୮୪ ଲକ୍ଷ ଜଳ ପ୍ରବାହିତ ହେଉଛି। ତେଣୁ ମହାନଦୀରେ ବନ୍ୟା ଅଛି। ସୁବର୍ଣ୍ଣରେଖା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହୋଇଛି। ବୈତରଣୀ ଯୋଗୁ ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲାର ଧାମନଗର ପ୍ରଭାବିତ ହୋଇଛି।

hiranchal ad1
Leave A Reply

Your email address will not be published.

six + five =