କଟକ: କାଠଯୋଡ଼ି ନଦୀ ଉପରେ ଆଉ ଦୁଇଟି ବ୍ରିଜ ନିର୍ମାଣ ହେବ। ତ୍ରିଶୁଳିଆ ଛକରୁ ବାଲିକୁଦା ଛକ ୪ ଲେନ୍ ରାସ୍ତା ହେବ। ଜୁଡ଼ିସିଆଲ ଏକାଡେମୀରୁ ତ୍ରିଶୁଳିଆ ଛକ ଯାଏଁ ଆଉ ଏକ ବ୍ରିଜ ନିର୍ମାଣ ହେବ। ଜୁଡ଼ିସିଆଲ ଏକାଡେମୀ ରାସ୍ତା ଠାରୁ ଯୋବ୍ରା ଯାଏଁ ୬ ଲେନ ରାସ୍ତା ହେବ। କଟକ ସହର ଭିତର ରାସ୍ତା ମଧ୍ୟ ପ୍ରଶସ୍ତିକରଣ କରାଯିବ ବୋଲି ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ ସୂଚନା ଦେଉଛନ୍ତି।

ସେହିପରି ଏସସିବିର ସେକେଣ୍ଡ କ୍ୟାମ୍ପସ ୨୦୨୫ ଶେଷ ସୁଦ୍ଧା ନ ସରିଲେ ନିର୍ମାଣ ଦାୟିତ୍ବରେ ଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି।
